Uncategorized

ଲକଡାଉନ ଭାରତକୁ ପ୍ରଦୂଷଣମୁକ୍ତ କରିଛି: ନାସା

ନୂଆଦିଲ୍ଲୀ: କରୋନା ଲକଡାଉନ ପାଇଁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ପୂରା ଦେଶ ପ୍ରଦୂଷଣମୁକ୍ତ ହେଉଛି । ନଦୀନାଳ ସଫା ହେଉଛି । ଗଙ୍ଗା ନଦୀର ପାଣି ପାନୀୟ ଉପଯୋଗୀ ହେଉଛି । ପୂରା ଦେଶର ପ୍ରଦୂଷିତ ବାୟୁ ଶୁଦ୍ଧ ହେବାରେ ଲାଗିଛି ବୋଲି ଆମେରିକାର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା ପକ୍ଷରୁ ଏହା କୁହାଯାଇଛି । ଏହା ସହିତ ନାସା ଭାରତୀୟ ବାୟୁମଣ୍ଡଳର ତୁଳନାତ୍ମକ ଫଟୋଚିତ୍ର ଜାରି କରିଛି ।

ନାସାର ଆର୍ଥ ଅବଜରଭେଟୋରୀ ଗତ ୪ ବର୍ଷର ଫଟୋ ଜାରି କରିଛି । ଭାରତରେ କିପରି ପ୍ରଦୂଷଣ ସ୍ତର ହ୍ରାସ ପାଇଛି ତାହା ଫଟୋରେ ଦର୍ଶାଯାଇଛି । ଲକଡାଉନ ଯୋଗୁ ରାସ୍ତା ଗାଡ଼ିମୋଟର ଗଡ଼ୁ ନାହିଁ । ଅଧିକାଂଶ ଫ୍ୟାକ୍ଟ୍ରି ବନ୍ଦ ରହିଛି । ଲୋକମାନେ କେବଳ ଜରୁରୀ କାମ ପାଇଁ ବାହାରକୁ ଆସୁଛନ୍ତି । ଲକଡାଉନ କରୋନା ଭୂତାଣୁ ସହିତ ମୁକାବିଲା ପାଇଁ ସହାୟତା କରୁଥିବାବେଳେ ପରିବେଶ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି । ବାୟୁରେ ଏରୋସୋଲର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି । ନାସା ପକ୍ଷରୁ କୁହାଯାଇଛି ଯେ, ଭାରତରେ ପ୍ରଦୂଷଣ ସ୍ତର କମ ହୋଇଛି । ଭାରତରେ ମାର୍ଚ୍ଚ ୨୫ରୁ ଲକଡାଉନ ଲାଗୁ ହୋଇଛି । ଏଠାରେ ରହୁଥିବା ପ୍ରାୟ ୧୩୦ କୋଟି ଲୋକ ଘର ଭିତରେ ଅଛନ୍ତି । ଗଙ୍ଗା ନଦୀ କୂଳରେ ରହିଥିବା ଉତ୍ତର ଭାରତର ଅଂଶ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ହୋଇଯାଇଛି । ଗଙ୍ଗାକୂଳରେ ଥିବା ସହରଗୁଡ଼ିକ ଉପରେ ୨୦ ବର୍ଷ ଧରି ଏରୋସୋଲର ଘନ ବାଦଲ ଯୋଗୁ ଯେଉଁ ଧୂଆଁମୟ ଆକାଶ ରହିଥିଲା, ତାହା ସଫା ହୋଇଯାଇଛି ।

Related posts

ରାଜଘାଟରେ ବାପୁଙ୍କୁ ଟ୍ରମ୍ପ ଦମ୍ପତିଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

mahabharatanews

ଭାରତୀୟ ସେନା ଗୁରୁତର ସ୍ଥିତିରେ ଗର୍ଭବତୀଙ୍କୁ କଲେ ସ୍ଥାନାନ୍ତର

mahabharatanews