ଓଡିଶା

ଲୁଚି ଆସୁଥିବା ଶ୍ରମିକଙ୍କୁ ଥାନାରେ ଜିମା ଦେଲେ ସରପଞ୍ଚ

(ସତ୍ୟନାରାୟଣ ପାଲ/ ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ଗୋରୁମୋହିଶାଣୀ ଥାନା ଅଞ୍ଚଳରୁ ପାଞ୍ଚ ଜଣ ଯୁବକ ପଶ୍ଚିମବଙ୍ଗ ରାଜ୍ୟରୁ ଲୁଚି ଆସୁଥିବା ସମୟରେ ସୁଦର୍ଶନପୁର ସରପଞ୍ଚ ତାଙ୍କୁ ଗୋରୁମୋହିଶାଣୀ ଥାନା ରେ ଜିମା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ରାଜ୍ୟର ଦୁର୍ଗାପୁରରେ ପାଞ୍ଚ ଜଣ ଯୁବକ ଦାଦନ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ। ଲକ ଡାଉନ ଯୋଗୁଁ ଦୀର୍ଘ ଦୁଇ ମାସ ହେଲା ସେମାନେ ଭଲ ଭାବରେ ଖାଇବାକୁ ପାଉ ନ ଥିଲେ । ଏଣୁ ସେମାନେ ତିନି ଦିନ ହେଲା ପାଦରେ ଚାଲି ଚାଲି ପ୍ରଥମେ ପଶ୍ଚିମବଙ୍ଗ ରାଜ୍ୟ ଓ ପରେ ପଡୋଶୀ ଝାରଖଣ୍ଡ ରାଜ୍ୟ ଦେଇ ଓଡିଶରେ ପ୍ରବେଶ କରିଥିଲେ । ଗୋରୁମୋହିଶାଣୀ ଥାନା ସୀମା କାହୁତୁକା ଘାଟିରେ ସେମାନେ ଯାଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଦେଖି ସୁର୍ଦାନପୁର ସରପଞ୍ଚଙ୍କୁ ଜଣାଇଥିଲେ ।

Related posts

ଆତ୍ମ ସମର୍ପଣ କଲେ ମାଓବାଦୀ

mahabharatanews

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

mahabharatanews

ଘର କାନ୍ଥ ଭୁଶୁଡି ବୃଦ୍ଧା ଗୁରୁତର

mahabharatanews