Uncategorized

ସିଂହଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି

ନୂଆଦିଲ୍ଲୀ: ଗତକାଲି ସଂଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ‘ ତାଙ୍କୁ ଏମ୍‌ସ୍’ରେ ଭର୍ତ୍ତି କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କଥା ଡାକ୍ତରମାନେ କହିଛନ୍ତି। ‘ଏମ୍‌ସ୍‌’ର କାର୍ଡିଓଥୋରାସିସ୍ କେନ୍ଦ୍ରର ଏକ ଟିମ୍ ତାଙ୍କର ଯତ୍ନ ନେଉଛନ୍ତି।
ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏକ ନୂଆ ଔଷଧ ଦିଆଯିବାରୁ ସିଂହଙ୍କ ଠାରେ ଜ୍ବର ଲକ୍ଷଣ ପ୍ରକାଶ ପାଇଥିଲା । ଅବ୍‌ଜର୍ଭେସନ୍ ଆଣ୍ଡ୍ ଇନଭେଷ୍ଟିଗେସନ୍ ନିମନ୍ତେ ତାଙ୍କୁ ‘ଏମ୍ସ’ରେ ଭର୍ତ୍ତି କରାଯାଇଛି। ତାଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ଡାକ୍ତରୀ ସୁବିଧା ସେଠାରେ ଯୋଗାଇ ଦିଆଯାଉଛି ।
ସୂଚନାଯୋଗ୍ୟ, ୨୦୦୯ ମସିହାରେ ‘ଏମ୍‌ସ୍‌’ରେ ମନମୋହନ ସିଂହଙ୍କର ସଫଳ କରୋନେରି ବାଇପାସ୍ ଅସ୍ତ୍ରୋପଚାର କରାଯାଇଥିଲା।

Related posts

ଦିଲ୍ଲୀ ହିଂସା:ଘୃଣା ମନ୍ତବ୍ୟର ଶୁଣାଣି ପାଇଁ ଦିଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

mahabharatanews

ଆପ ନେତାଙ୍କ ଛାତରୁ ପେଟ୍ରୋଲ ବୋମା ଉଦ୍ଧାର

mahabharatanews

ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ

mahabharatanews