ଦେଶ ବିଦେଶଭାରତରାଜନୀତି

ଲୋକସଭାରେ ପାସ୍ ହୋଇଛି ‘VB G-RAM-G ’ ବିଲ୍ ୨୦୨୫

ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଏନେଇ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏପରିକି ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ ବିରୋଧୀ ମହାତ୍ମାଗାନ୍ଧୀଙ୍କୁ ଏହା ଅସମ୍ମାନ ବୋଲି କହିଥିଲେ ବିଲ୍ ପାସ୍ ହେବା ପରେ ବିରୋଧୀ ଦଳ ହଙ୍ଗାମା କରିଥିଲେ ଏବଂ ବିଲର କାଗଜପତ୍ର ଚିରି ଫିଙ୍ଗି ଦେଇଥିଲେ ଗୃହର ପ୍ରବଳ ହଟ୍ଟଗୋଳ ହେବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି

MGNREGA ନାଁ ବଦଳାଇ VB-G RAM G କରିବା ଜାତିର ପିତାଙ୍କୁ ସରକାରଙ୍କ ଅସମ୍ମାନ ବୋଲି ବିରୋଧୀ କହିଛନ୍ତି ଜବାବରେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା ପ୍ରଥମେ ଏହି ଯୋଜନା ସହ ମହତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇନଥିଲା ନୂଆ ବିଲ୍ରେ ସଶକ୍ତ ଗ୍ରାମୀଣ ଭାରତ ପାଇଁ ପ୍ରସ୍ତୁତ ହୋଇଛି ରୋଡ୍ମ୍ୟାପ୍ ହିତାଧିକାରୀଙ୍କୁ ୧୨୫ ଦିନର କାମ ଦେବାକୁ ନିଶ୍ଚିତ କରାଯାଇଛି ୨୦୦୫ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଅଧିନିୟମ ବଦଳରେ ଏହା କାର୍ଯ୍ୟକାରୀ ହେବ ଏଥିପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ରହିବ କଂଗ୍ରେସ ଭାରତର ବିଭାଜନକୁ ସ୍ବୀକାର କରିବା ସହ ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶକୁ ବିନାଶ କରିଥିଲା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି

Related posts

ଟିକସ ଫାଙ୍କିବା ଘଟଣାରେ ତିନୋଟି ଚାଇନାର ମୋବାଇଲ୍ କମ୍ପାନୀକୁ ନୋଟିସ : ସୀତାରମଣ

mahabharatanews

ପୋଖରୀକୁ ସ୍କୁଲ ବସ ଖସିବାରୁ ୬ ବର୍ଷ ଶିଶୁର ମୃତ୍ୟୁ

mahabharatanews

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

mahabharatanews