ଭାରତ

ପ୍ରବଳ ବର୍ଷା : ତେଲେଙ୍ଗାନାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

(ତେଲେଙ୍ଗାନା) : ଲଗାତାର ଵାହବେ ଉତ୍ତରଭାରତରେ ବର୍ଷା ହେତୁ ତେଲେଙ୍ଗାନାରେ ବିତ୍ପାତ ଦେଖିବାକୁ ମିଳିଛି । ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଇଛି । ପ୍ରବଳ ବର୍ଷା କାରଣରୁ ତେଲେଙ୍ଗାନା ସରକାର ଆଗାମୀ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ କରିଦେଇଛନ୍ତି । ଟୁଇଟ କରି ତେଲେଙ୍ଗାନା ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ର ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ.ସି.ଆର.ଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ତେଲେଙ୍ଗାନା ଶିକ୍ଷା ବିଭାଗ କହିଛି। ଛାତ୍ର, ବିଦ୍ୟାଳୟର କର୍ମଚାରୀ ଏବଂ ଅଭିଭାବକମାନେ ଏହି ଘୋଷଣା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ପ୍ରବଳ ବର୍ଷା ହେତୁ ଗୋଦାବରୀ ନଦୀର ଜଳ ସ୍ତର ବଢିବାରେ ଲାଗିଛି ।

Related posts

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

mahabharatanews

ରୁଷ୍‌ ଅଧିକୃତ ସହର ଉପରେ ୟୁକ୍ରେନର ଆକ୍ରମଣ

mahabharatanews