ଓଡିଶା

ଲ୍ୟାବ୍ରୋଟାରି ଟେକ୍ନିସିଆନଙ୍କ ଅଭିନବ ଢଙ୍ଗରେ ଆନ୍ଦୋଳନ

(ସୋନପୁର / ଓମ ପ୍ରକାଶ ମିଶ୍ର) ; ଗତ ରବିବାର ଦିନ ଠାରୁ ସୁବର୍ଣ୍ଣପୁର ମେଡିକାଲ ଲେବ୍ରୋଟାରୀ ଟେକ୍ନିସିଆନ ( ପରୀକ୍ଷାଗାର ବିଶେଷଜ୍ଞ ) ସଂଘ ର ବିଭିନ୍ନ ଦାବି ନେଇ ରକ୍ତ ପରୀକ୍ଷାଗାରର ସମସ୍ତ କର୍ମଚାରୀ କଳାବେଜ ପିନ୍ଧି ଏକ ଅଭିନବ ଢଙ୍ଗରେ ଆନ୍ଦୋଳନ କରି ମେଡିକାଲ ରୋଗୀ ସେବା ମଧ୍ୟ ଯୋଗାଇ ଆସୁଛନ୍ତି । ଡ଼ି -ଏମ -ଏଲ କାଉନସିଲ ପଞ୍ଜିକୃତ ପାଇଁ ଯୋଗ୍ୟତା ନ ଥିବା ବ୍ୟକ୍ତି ବିଶେଷ ଙ୍କୁ ଚିକିତ୍ସାଳୟରେ କାମ କରିବାର ସୁଯୋଗ, ଜିଲ୍ଲାରେ ସିନିଅର ଲେବ୍ରୋଟାରୀ ଟେକ୍ନିସିଆନ ପୋଷ୍ଟ ଶୀଘ୍ର ପୁରଣ କରିବା, ଟେକ୍ନିସିଆନ ପଦବୀ କୁ ଲେବ୍ରୋରେଟୋରୀ ଟେକନୋଲୋଜିଷ୍ଟ ନାମିତ କରିବା, ଏବଂ ଦୀର୍ଘ ବର୍ଷ ରୁ ଗ୍ରେଡେସନ ଓ ପ୍ରୋମୋସନ ହେଉ ନ ଥିବା କର୍ମଚାରୀ ଙ୍କୁ ପ୍ରୋମସନ ଦିଆଯିବ ପ୍ରମୁଖ ଦାବି ନେଇ ସଂଘ ଆସନ୍ତା ୧୪ ତାରିଖ ଯାଏ ଆନ୍ଦୋଳନ କୁ ଜାରି ରହିବ ବୋଲି ସୂଚନା ମିଳିଛି । ସଂଘ ସଭାପତି ଲୋଚନ କୁମାର ଜେନା, ସମ୍ପାଦକ ସୁଭାଷ ଚନ୍ଦ୍ର ପଣ୍ଡା, କାର୍ୟ୍ୟକାରୀ କମିଟି ସଦସ୍ୟ ଟିଟୁ ଭୋଇ, ଉତ୍କଳ ନାଏକ, ପ୍ରଦୀପ ଭୋଇ, ଓ ବନମାଳି ସାହୁ ପ୍ରମୁଖ ଏ ଆନ୍ଦୋଳନ ରେ ସାମିଲ ଅଛନ୍ତି ।

 

Related posts

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

ଶୁଭଙ୍କର ମିଶ୍ରଙ୍କ ବଢ଼ିଲା ଅଡ଼ୁଆ

mahabharatanews