ଓଡିଶା

ଶପଥ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା

ଯାଜପୁର: ଗତକାଲି ବାଲିଚନ୍ଦ୍ରପୁର ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଶପଥ ସ୍ୱେଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ ପାତ୍ର ଯୋଗ ଦେଇଥିଲେ । ଲୋକମାନଙ୍କୁ କରୋନାକୁ ନେଇ ସଚେତନ ହେବାକୁ ଆହ୍ୱାନ ଦେବା ସହ ସାନିଟାଇଜରରେ ହାତ ଧୋଇବା ଓ ମାସ୍କ ବ୍ୟବହାର କରିବା ପାଇଁ ସଚେତନ କରାଇଥିଲେ । ବାଦ୍ୟଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମ ପୋଲିସର ରାମଚନ୍ଦ୍ର ସିଂ, ଆଦିକନ୍ଦ ସାହୁ ଏବଂ ସୁଦୀପ୍ ସାମଲ, ସତ୍ୟାନନ୍ଦ ମଲିକ୍, ସାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଲୋକ ମାନଙ୍କୁ ସଚେତନ କରାଇଥିଲେ ।

Related posts

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି

mahabharatanews

ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାସ୍ତାକୁ ଓହ୍ଲାଇଲା ସାମ୍ବାଦିକ ସଂଘ

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews