ଓଡିଶା

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

(ଭୁବନେଶ୍ୱର) :  ସୁଶାନ୍ତଙ୍କ ମା’ ହେଲେ ସମ୍ବର୍ଦ୍ଧିତ । ଆନନ୍ଦପୁର ଉପଖଣ୍ଡରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରରେ  ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ସୁଶାନ୍ତଙ୍କ ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଯୋଗଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ ।

ସୂଚନାନୁଯାୟୀ , ଝାଡଖଣ୍ତ ମାଓ ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ । ମାଓ ଏନକାଉଣ୍ଟର ବେଳେ ସହିଦ ହେଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । କୁମ୍ବିଂ ଅପରେସନବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଦୁଇ ସିଆରପିଏଫ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ଦୁଇ ଆହତ ଯବାନଙ୍କୁ ତୁରନ୍ତ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହେଲେ ମେଡିକାଲରେ ପହଞ୍ଚିବା ମଧ୍ୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

Related posts

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews

ବିଜେପି ପକ୍ଷରୁ ସାଲେପୁରରେ ହିତାଧିକାରୀ କୃଷକ ସମାବେଶ

mahabharatanews