ଓଡିଶା

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ତାରାକାନ୍ତ ନାୟକ/ ସାଲେପୁର: କଟକଜିଲ୍ଲା ସାଲେପୁର ଅନ୍ତର୍ଗତ ରୋଧପୁର ଗ୍ରାମସ୍ଥିତ ସାରଳା ପୀଠରେ ଭାରତ ଚୀନ ସୀମାରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ୟଶରେ ଏକ ଶ୍ରଦ୍ଧାଞ୍ଜଳି ସଭା ଏବଂ ନୀରବ ପାର୍ଥନା ଅନୁଷ୍ଠିତ ହୋଇ ଯାଇଛି । ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଙ୍ଘ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଘର ସଭାପତି ଅକ୍ଷୟ କୁମାର ଦାଶ, ସମ୍ପାଦକ ହୃଷୀକେଶ ମଲ୍ଲିକ, ସହସମ୍ପାଦକ ଅରବିନ୍ଦ ଭୂୟାଁଙ୍କ ସହିତ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ସମସ୍ତ କର୍ମକର୍ତ୍ତା ବାଲିସାହି ପଞ୍ଚାୟତର ସରପଞ୍ଚ ସରସ୍ୱତୀ ବେହେରା, ସମିତିସଭ୍ୟ ବିଭୂତି ଭୂଷଣ ଦାଶ, ଜୟରାମ ବେହେରାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ୨୦ ବୀର ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଜଳାଇ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related posts

ଘନ କୁହୁଡି ପାଇଁ ୧୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews

ଶୈାଚ ସମୟରେ ଖସି ଗଲା ଗୋଡ, ଜଣେ ମୃତ

mahabharatanews