ଓଡିଶା

ଶୈାଚ ସମୟରେ ଖସି ଗଲା ଗୋଡ, ଜଣେ ମୃତ

(କଣିହାଁ/ଜ୍ୟୋତି ରଞ୍ଜନ ଧର): ଆଜି ଶୌଚ ପାଇଁ ନଦୀକୁ ଯାଇଥିବା ଜଣେ ୬୦ ବର୍ଷିୟ ବୃଦ୍ଧଙ୍କ ଗୋଡ ଖସି ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ଅନୁଗୁଳ ଜିଲ୍ଲା ଟୋଲକବେଡା ଗ୍ରାମର ପଞ୍ଚାନନ ସାହୁ । ପଞ୍ଚାନନ ସେହି ଗ୍ରାମ ୱାଡ ମେମ୍ବର ଥିବା ଜଣା ପଡିଛି । ଅନ୍ୟପକ୍ଷରେ ସେହି ଘାଟରୁ ବେଆଇନ ଭାବେ ବାଲି ଚୋରା ଚଲଣ ହେଉଥିବା ଯୋଗୁଁ ଚୋରା ବାଳିଲେ ପଶି ପଞ୍ଚାନନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଧିନସ୍ଥ ଟୋଲକବେଡା ଗ୍ରାମର ଜଣେ ୬୦ବର୍ଷିୟ ବୃଦ୍ଧ ପଞ୍ଚାନନ ସହାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି। ଟିକିରା ନଦୀ ପଟ୍ଟାଖମଣ-ବଣସିଂହ ଘାଟରେ ଗୁରୁବାର ଶୈାଚ ହେବାକୁ ଯାଇଥିବା ବେଳେ ସେହି ଗ୍ରାମର ପଞ୍ଚାନନ ସାହୁଙ୍କ ଗୋଡ ଖସିଯିବାରୁ ଗଭୀର ପାଣିକୁ ପଶିଯାଇଥିଲେ । ଏହି ଅଘଟଣ ସମ୍ପର୍କରେ ସୂଚନା ପାଇ କଣିହାଁ ଅଗ୍ନିଶମ ବିଭାଗୀୟ ଅଧିକାରୀ ରୋହିତ କୁମାର ବେହେରା ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ପଞ୍ଚାନନକୁ ଉଦ୍ଧାର କରିବା ପାଇଁ ୧୫ମିନିଟ ସମୟ ଲାଗିଥିଲା । ସେତେବେଳକୁ ପଂଚାନନ୍ନଙ୍କର ପ୍ରାଣବାୟୁ ଉଡିଯାଇଥିଲା । ନଦୀ ପଠାରୁ କଣିହାଁ ସିଏଚସିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଏନଟିପିସି ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଦେବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତାଳଚେର ଉପଖଣ୍ଡ ମେଡିକାଲକୁ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଥିଲା । ପରେ ପୁଲିସ ପରିବାର ଲୋକଙ୍କୁ ପଂଚାନନ୍ନଙ୍କର ଶବ ହସ୍ତାନ୍ତର କରିଛି । ସୂଚନାରୁ ଜଣାଯାଏଯେ, ଟିକିରା ନଦୀ ପଟ୍ଟାଖମଣ-ବଣସିଂହ ଘାଟରୁ ବେଆଇନ ବାଲି ଚାଲାଣ ହୋଇଆସୁଥିଲା । ଫଳରେ ଉକ୍ତ ସ୍ଥାନଟି ଗଭୀର ହ୍ରଦ ପାଲଟିଥିଲା । ସମଲ ଜଳଭଣ୍ଡାର ପାଣି ଛାଡିବା ପରେ ଏହି ହ୍ରଦରେ ପାଣି ପୂର୍ଣ୍ଣ ହୋଇଯାଇଥିଲା । ଫଳରେ ଗତକାଲି ପଞ୍ଚାନନଙ୍କର ଅକାଳ ବିୟୋଗ ଘଟିଥିଲା ।

Related posts

ଆସନ୍ତା ଜୁନରେ ଉତ୍କଳ ବିଶ୍ୱବିଦ୍ୟାଳୟର ୭ ପ୍ରଫେସର ନେବେ ଅବସର

mahabharatanews

ଶ୍ରୀସେତୁ କାର୍ଯ୍ୟର କଲେ ସମୀକ୍ଷା; ପୁରୀ ଗସ୍ତରେ ୫ଟି ସଚିବ

mahabharatanews

ଆକ୍ରମଣ ମାମଲା: ଏସପିଙ୍କୁ ଭେଟିଲେ ସରପଞ୍ଚ ସଂଘ

mahabharatanews