(ରଜନୀକାନ୍ତ ପାତ୍ର / ଗଞ୍ଜାମ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତର କୁମାରପୁର ଗ୍ରାମରେ ଏକ ନାବାଳିକାର ବାହାଘର ଉପରେ ରୋକ ଲଗାଇଛି ପ୍ରଶାସନ । ମିଳିଥିବା ସୂଚନା ମୁତାବକ ଆଜି ରାତିରେ ଉକ୍ତ ଗ୍ରାମର ଜଣେ ୧୩ ବର୍ଷର ନାବାଳିକାର ବାହାଘର ଗ୍ରାମର ଜଣେ ଯୁବକ ସହିତ ଆୟୋଜିତ ହେବାର କାର୍ୟ୍ୟକ୍ରମ ଥିଲା । ଏବଂ ପାଖାପାଖି ୧୦୦୦ ଲୋକଙ୍କ ନିମନ୍ତେ ଏକ ନୈଶୟ ଭୋଜିର ମଧ୍ୟ ଆୟୋଜନ କରିଥିଲେ ପରିବାର ବର୍ଗ । କୌଣସି ସୂତ୍ରରୁ ଖବର ପାଇଁ ସଦରଥାନା ପୋଲିସ ସହାୟତାରେ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅତିରିକ୍ତ ଦାୟିତ୍ୱରେ ଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସ୍ଥାନୀୟ ଅଙ୍ଗନୱାଡି ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଉକ୍ତ ବାସଗୃହ ଉପରେ ଚଢ଼ାଉ କରିଥିଲେ । ଏବଂ ନାବାଳିକା ଜଣଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ । କରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ କରାଯାଇଥିବା କାରଣରୁ ଭୋଜି ବନ୍ଦ କରାଯାଇଥିବାବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଘଟଣାସ୍ଥଳରୁ ବର ସମେତ ବରର ପରିବାର ବର୍ଗ ଫେରାର ହୋଇଥିବା ସୂଚନା ମିଳିଛି ।
next post
