ଓଡିଶା

ଶୁଭେନ୍ଦୁ ହତ୍ୟାକାରୀମାନଙ୍କୁ ଧରିବା ଦାବିରେ ଶୋଭାଯାତ୍ରା

ମହାଭାରତ, କନ୍ଧମାଳ: ଜିଲ୍ଲାର ରାଇକିଆ ଥାନା ଅଧୀନ ଅଲିମାହା ଗ୍ରାମର ଶୁଭେନ୍ଦୁ ମଲିକ ଗତ ୧୫ ତାରିଖରେ ନିଖୋଜ ହୋଇଯାଇଥିଲେ । ଏଥିନେଇ ୧୭ ତାରିଖରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଫେବୃଆରୀ ୬ ତାରିଖ ଦିନ ରାଇକିଆ କଲେଜ ପାଚେରି ନିକଟରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ପରିବାର ବର୍ଗ ଓ ଗ୍ରାମବାସୀ ପୁଲିସର କାର୍ଯ୍ୟ ଉପରେ ପ୍ରଶ୍ନ ଉଠ।।ଇଛନ୍ତି । ପୁଲିସ ଶୁଭେନ୍ଦୁଙ୍କୁ ଖୋଜିବାରେ ବିଳମ୍ବ କରିବାରୁ ତାଙ୍କୁ ହତ୍ୟ।। କରାଯାଇିଥିବା ଅଭିଯୋଗ ହୋଇଛି । ଏଥିନେଇ ଲୋକେ ପୁଲିସ ବିରୋଧରେ ରାସ୍ତା ରୋକ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ । ଏହାକୁ ନେଇ ପୁଲିସ ୨୨ ଜଣଙ୍କୁ ଗିରଫ କରିଥିଲା । ଏହି ଗିରଫଙ୍କ ମଧ୍ୟରେ ଶୁଭେନ୍ଦୁଙ୍କ ସ୍ତ୍ରୀ ଓ କଅଁଳ ପିଲା ରହିଥିଲେ । ଅପରପକ୍ଷରେ ପୁଲିସ ହତ୍ୟାକାରୀ ରୂପେ ଅଜରାମଲିକକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ହତ୍ୟାକାରୀମାନେ ଖୋଲା ବୁଲୁଛନ୍ତି । କାହିଁକି ଅନ୍ୟ ହତ୍ୟାକାରୀଙ୍କୁ ଗିରଫ କରାଯାଉନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହ ସହ ପୁଲିସର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହେଉଛି । ଏହାର ପ୍ରତିବାଦରେ ମହିଳା ନେତ୍ରୀ ମିନି ନାୟକଙ୍କ ନେତୃତ୍ୱରେ ଗତକାଲି ରାଇକିଆ ଅଲିମାହାଠାରୁ ମେଡାକିଅ।।, ଚୁନପଲ୍ଲୀ ଦେଇ ଏକ ଶୋଭାଯାତ୍ରା ବାହାରି ଥ।।ନା ଆଗରେ ପ୍ରଦର୍ଶନ କରାଯାଇଥିଲା । ପୁଲିସ ହତ୍ୟାକାରୀଙ୍କୁ ଧରୁ ନ ଥିବ।।ରୁ ଶୁଭେନ୍ଦୁଙ୍କ ପରିବାର ଲୋକେ ନିଜକୁ ସୁରକ୍ଷିତ ମଣୁ ନ।।ହାନ୍ତି । ତୁରନ୍ତ ହତ୍ୟ।।କାରୀଙ୍କୁ ଗିରଫ କରିବାକୁ ଦାବି ହେଉଛି ।

Related posts

ବାଲୁକା ମାଧ୍ୟମରେ ସମୁଦ୍ର ଓ ସାମୁଦ୍ରିକ ଜୀବ ଜନ୍ତୁଙ୍କ ସୁରକ୍ଷା

mahabharatanews

ପଞ୍ଚାୟତ ରାଜ ଦିବସକୁ ବିଜେପି ବିରୋଧ

mahabharatanews

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

mahabharatanews