ଓଡିଶା

୨୮ ରୁ ହଟ୍ ଓ୍ବେଦର କଣ୍ଡିସନ

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ମାର୍ଚ୍ଚ ୨୯ ତାରିଖ ପରଠୁ ସ୍ଵାଭାବିକଠାରୁ ବଢିବ ୨ରୁ ୪ ଡିଗ୍ରି ତାପମାତ୍ରା ଏପ୍ରିଲ ପ୍ରଥମ ସପ୍ତାହରୁ ବଢ଼ିବ ତାପମାତ୍ରା। ମାର୍ଚ୍ଚ ୨୮ ରୁ ହଟ୍ ଓ୍ବେଦର କଣ୍ଡିସନ। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ପାଗ ମୁଖ୍ୟତଃ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ ଏବଂ ତା ସହ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଦିନ ମାତ୍ର ବଢ଼ିବାର ଆଶଙ୍କା କରାଯାଉଛି।ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ସପ୍ତାହରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା। ୩୧ ତାରିଖ ପରଠୁଁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ।

Related posts

କୁବେର ପିଏସଓ ବିରଞ୍ଚି ସାହୁଙ୍କୁ ମିଳିଲା ଜାମିନ

mahabharatanews

କରୋନା ଆକ୍ରାନ୍ତ ହୋଇ ବି କରୋନା ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର

mahabharatanews

ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି

mahabharatanews