ଓଡିଶା

ଜଳେଶ୍ୱର ଡ଼ାକବଙ୍ଗଳା ପରିସରରେ ମହିଳା ସୁଇପରଙ୍କ ସନ୍ଦେହଜନକ ମୃତ୍ୟୁ

(ଜଳେଶ୍ୱର/ଅଜିତ ସାହୁ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ପୂର୍ତ ବିଭାଗ ଡାକବଙ୍ଗଳା ପରିସରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ଜୁମୁନ ବିବି । ସେ ଜଳେଶ୍ବର ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଦୀର୍ଘଦିନ ଧରି ରହି ଆସୁଥିଲେ।

ମା ଖାତୁନ ବିବିଙ୍କ ମୃତ୍ୟୁ ପରେ ଆଜକୁ ଆଠ ବର୍ଷ ହେବ ଜୁମୁନ ବିବି ସୁଇପର ଭାବରେ କାର୍ୟ୍ୟରତ ଥିଲେ । ତାଙ୍କର ଘର ଓଲମରା ଅଞ୍ଚଳରେ ହୋଇଥିବା ବେଳେ, ତାଙ୍କର ତିନି ପୁଅ ଚାରି ଝିଅ ଅଛନ୍ତି। ଗତକାଲି ସେ ଘରକୁ ଯାଇ ଫେରି ଥିଲେ । ତେବେ ଆଜି ସକାଳେ ତାଙ୍କ କୋଠରୀରେ ତାଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଏହା ପରେ କେହିଜଣେ ପୋଲିସକୁ ଖବର ଦେଇଥିଲେ। ମହିଳା ଜଣକ ଉଲଗ୍ନ ଥିବା ବେଳେ, ବେକରେ କୌଣସି ଏକ ଧାରୁଆ ଅସ୍ତ୍ରର ଆଘାତ ରହିଛି ଓ ଆଖି ତଡା ଯାଇଥିବା ଦେଖିବାକୁ ମିଳିଛି । ପାରିପାଶ୍ୱିର୍କ ଅବସ୍ଥାକୁ ଅବଲୋକ କରି ପ୍ରାଥମିକ ତଦନ୍ତରେ ପୋଲିସ ହତ୍ୟା ସନ୍ଦେହ କରୁଛି । ପୋଲିସ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଜାରି ରହିଛି।

Related posts

୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା

mahabharatanews

ବେତାଜ୍ ବାଦଶାହଙ୍କ ଜନ୍ମ ଦିନରେ ଅଜସ୍ର ଶୁଭକାମନା

mahabharatanews

ସୋମନାଥ ଦେବ ମହିଳା ବିଦ୍ୟାଳୟରେ ଆତ୍ମ ସୁରକ୍ଷା କର୍ମଶାଳା

mahabharatanews