ଓଡିଶା

ଶ୍ରାଦ୍ଧ ଦେବାକୁ ଆସି ଯୁବକ ମୃତ

(ମହାଭାରତ, ଉମରକୋଟ): କୋରାପୁଟ ଅନ୍ତର୍ଗତ ଧୋଡ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧ କରିବାକୁ ଆସି ତାଙ୍କ ଶଳାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ୩୯ ବର୍ଷିୟ ଜନାର୍ଦ୍ଦନ ବର୍ମନ ଦାସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତମାସ ୨୧ ତାରିଖରେ ଏହି ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଙ୍କ ଶଳା ଶ୍ରାଦ୍ଧ ପାଇଁ ଗାଁକୁ ଆସିିଥିଲେ । ଏଠାରେ ଶ୍ରାଦ୍ଧ ଦିନ ରାତିରେ ଖାଇ ସାରି ଘର ବାହାରକୁ ଯାଇଥିଲେ । କିନ୍ତୁ ପରେ ଫେରି ନଥିଲେ । ତେବେ ଘର ଲୋକ ବହୁ ଖୋଜାଖୋଜି ପରେ ପାଇ ନଥିଲେ । ପରଦିନ ସକାଳେ ଗାଁରେ ଶଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଜନାର୍ଦ୍ଦନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି ।

Related posts

୪ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭଗବତ

mahabharatanews

ଗାଇଡଲାଇନ ମାନି ରୁହ, ନହେଲେ ୫୦୦ଟଙ୍କା ଜରିମାନା

mahabharatanews

ଟାଟା ମ୍ୟାଜିକ-ଡମ୍ପର ଧକ୍କା, ୪ ଗୁୁରୁତର ଆହତ

mahabharatanews