ଓଡିଶା

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ; ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ

(ପୁରୀ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ୨୦୨୪ ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବ। ଏଣୁ ଜିଲ୍ଲାୱାରି ଏକ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁଥିରେ ୭୪୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିର, ଏଭଳି ୮୫୭ଟି ମନ୍ଦିର ରହିଛି।

ସୂଚନାନୁଯାୟୀ , ଅନୁଗୁଳ ଜିଲ୍ଲାର ୧୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ବାଲେଶ୍ବର ଜିଲ୍ଲାର ୬୧ଟି ଶ୍ରୀଜଗନ୍ନାଥ ମନ୍ଦିର, ବରଗଡ଼ର ୧୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଭଦ୍ରକ ଜିଲ୍ଲାର ୩୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ବଲାଙ୍ଗୀର ଜିଲ୍ଲାର ୨୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ବୌଦ୍ଧ ଜିଲ୍ଲାର ୨୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରଙ୍କୁ ପଠାଯିବ  ।

Related posts

ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବୃଦ୍ଧି

mahabharatanews

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳନ

mahabharatanews

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

mahabharatanews