ଓଡିଶାଦୁର୍ଘଟଣା

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବସଷ୍ଟାଣ୍ଡ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଗାଡିକୁ ଧକ୍କା ଦେଇଛି ଏକ ବରଯାତ୍ରୀ ଗାଡି । ବରଯାତ୍ରୀ ଗାଡି ଭଦ୍ରକରୁ ଫେରିବା ସମୟରେ ବସଷ୍ଟାଣ୍ଡ ନିକଟରେ ଡାକ୍ତର ଶର୍ମାଙ୍କ ଗାଡିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଗାଡ଼ିରେ ଜିଲ୍ଲା ସଭାପତି ନଥିବା ବେଳେ ଗାଡି ଚାଳକ ଆହତ ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଜିଲ୍ଲା ସଭାପତି ଡାକ୍ତର ଶର୍ମା ପହଞ୍ଚିବା ସହ ଆଳି ପୋଲିସ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ  ଥାନାରେ ଅଟକ ରଖିଥିବା ଜଣାପଡିଛି ।

Related posts

ବଜ୍ରପାତରେ ୧୯ଗାଈ ମୃତ୍ୟୁ

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ ଝଟକା

mahabharatanews

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews