ଓଡିଶା

ଶ୍ରୀ ଜଗନ୍ନାଥ ଅଖିଳ ଭାରତୀୟ ପାଲା କଳାକାର ମହାସଂଘର ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଙ୍ଗଡ଼ା ଗ୍ରାମରେ ଶ୍ରୀଜଗନ୍ନାଥ ଅଖିଳ ଭାରତୀୟ ପାଲା କଳାକାର ମହାସଂଘ ଚାରିଟେବୁଲ ଟ୍ରଷ୍ଟ, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଉକ୍ତ ସିବିରରକୁ କମିଶନରେଟ ପୋଲିସ ଏ ସି ପି ତଥା ରେଡ଼କ୍ରସ ସୋସାଇଟି ଆଞ୍ଚଳିକ ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀ ଲଳିତେନ୍ଦୁ ମହାନ୍ତି ଉଦ୍ଘାଟନ କରିଥିଲେ। ପାଲା କଳାକାର ମହାସଂଘ ସଭାପତି ଶ୍ରୀ ପ୍ରଭାତ କୁମାର ଶ୍ରୀଚନ୍ଦନ, ସମାଜସେବୀ ଶ୍ରୀ ଜୟ ପ୍ରକାଶ ମିଶ୍ର ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସେବା ଫାଉଣ୍ଡେସନର ସମ୍ପାଦକ ସାର୍ଥକ କୁମାର ପରିଡା, ସୁଶୀଲକାନ୍ତ ପ୍ରଧାନ ଓ ଯୁଗ୍ମ ସମ୍ପାଦକ ତୁଷାର ରଞ୍ଜନ ବେହେରା ଶିବିର ପରିଚାଳନା କରିଥିଲେ। ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସଦାଶିବ ଜେନା ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଦେଇଥିଲେ।
ପ୍ରକାଶ ଥାଉ କି କରୋନା ମହାମାରୀ ସମୟରେ ଏହା ସମର୍ପିତ ଓ ସେବା ଫାଉଣ୍ଡେସନର ୪୧ ତମ ଓ କମିଶନରେଟ ପୋଲିସ ସହଭାଗିତାରେ ୧୬ ତମ ଶିବିର ଥିଲା ।

SR

Related posts

ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

mahabharatanews

ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

mahabharatanews

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

mahabharatanews