ଓଡିଶା

ସଂକ୍ରମଣ ରୋକିବାକୁ ତାସ ପାଲି ନ ପକାଇବା କହିଲେ ବାଗଚୀ

ଭୁବନେଶ୍ୱର: କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ ଲକ୍‌ଡାଉନ୍‌ ଜରି ରହିଛି । ଲକଡାଉନ ପାଇଁ କୁଆଡେ ଯାଇ ଆସି ହେଉନି । ତେଣୁ ସମୟ ଅତିବାହିତ କରିବାକୁ ବିଭିନ୍ନ ସ୍ଥାନରେ ତାସ୍‌ ପାଲି ବାଡ଼େଇବାରେ ମସ୍ଗୁଲ ହୋଇଛନ୍ତି। ଫଳରେ ସାମାଜିକ ଦୂରତ୍ୱକୁ ଭୁଲି ଯାଉଛନ୍ତି । ଏ ପରି କାର୍ଯ୍ୟରେ ନିୟୋଜିତ ଯୁବଗୋଷ୍ଠୀକୁ ସତର୍କ କରାଇଦେବାକୁ ଯାଇ ଚମକାଇଦେଲା ଭଳି ଏକ ତଥ୍ୟ ରାଜ୍ୟବାସୀଙ୍କୁ ଆଜି ପ୍ରଦାନ କରିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କ ଦ୍ୱାରା ସଂକ୍ରମଣର ମାତ୍ରା ଅଧିକ ରହିଥାଏ। କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କର ପରିଧି ମଧ୍ୟରେ ରହିଥିବା ସୁସ୍ଥ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଥାଏ। କରୋନା ଆକ୍ରାନ୍ତ ବ୍ୟକ୍ତିର କାଶରୁ ବାହାରୁ ଥିବା ଗୋଟିଏ ଗୋଟିଏ ଭୂତାଣୁ କଣିକା ୧୯ ଫୁଟ ପର୍ୟ୍ୟନ୍ତ ଗତି କରିପାରିବାର କ୍ଷମତା ରଖୁଥିବା ବେଳେ ଆକ୍ରାନ୍ତ ବ୍ୟକ୍ତିର ଛିଙ୍କରୁ ନିର୍ଗତ ହେଉଥିବା ଗୋଟିଏ ଗୋଟିଏ ଭୂତାଣୁ କଣିକା ୨୯ ଫୁଟ ପର୍ୟ୍ୟନ୍ତ ଗତି କରିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ କିଛି ଦିନ ଲାଗି ଯୁବଗୋଷ୍ଠୀ ତାସ ପାଲି ପକାଇବାରୁ ନିଜକୁ ନିବୃତ ରଖିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର ବୋଲି ବାଗଚୀ କହିଛନ୍ତି ।

Related posts

ଆଉ ୧୨ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

mahabharatanews

ଆଜିଠୁ ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା

mahabharatanews

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

mahabharatanews