Uncategorized

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ମୁମ୍ବାଇ: କୋରୋନା ସଂକ୍ରମଣର ଆତଙ୍କ ମଧ୍ୟରେ ଆଜି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଏକ ଜରୁରୀ ବୈଠକ କରିଛନ୍ତି । ବୈଠକ ପରେ ଟୋପେ କହିଛନ୍ତି, କୋରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି, ଯେପରି ଏହା ଆଗାମୀ ପର୍ଯ୍ୟୟକୁ ଯାଇପାରିବ ନାହିଁ ।ବର୍ତ୍ତମାନ ଆମେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛୁ । ତେବେ ଏହା ଯେପରି ତୃତୀୟ ପର୍ଯ୍ୟାୟକୁ ନ ଯିବ ସେଥିନେଇ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏହି ବୈଠକରେ କର୍ପୋରେଟ ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଅଧିକାରୀମ।।ନେ ଯୋଗଦେଇଥିଲେ । ଏହି ସଂକ୍ରମଣ ରୋକିବା ଦିଗରେ କର୍ପୋରେଟ ସେକ୍ଟର ସମଯୋଗ କରିବାକୁ ସୁନିଶ୍ଚିତ କରିଥିବା ଟୋପେ କହିଛନ୍ତି । ଘରୁ କାମ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ କର୍ପୋରେଟ ସେକ୍ଟର ପାଳନ କରିବାକୁ ସୁନିଶ୍ଚିତ କରିଛନ୍ତି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୩୬ଟି କୋରୋନା ମାମଲା ରହିଥିବ।। ବେଳେ ଭାରତରେ ଏହି ସଂଖ୍ୟା ୧୨୬ରେ ପହଁଚିଛି ।

Related posts

ସେନା ଗୁଳିରେ ୪ ଆତଙ୍କୀ ନିହତ

mahabharatanews

 ମନୋଜ ସିହ୍ନା ହେବେ ଜାମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ

mahabharatanews

ରକ୍ତ ଜମାଟ ବାନ୍ଧିବା କରୋନା ମୃତ୍ୟୁର ଏକ କାରଣ 

mahabharatanews