ଓଡିଶା

ସଂଶୋଧିତ ଦରମା: କେନ୍ଦ୍ରକୁ ଅଫିସର୍ସ ସଂଘର ଧନ୍ୟବାଦ

ପାରାଦ୍ୱୀପ: ଭାରତର ସମସ୍ତ ବୃହତ ବନ୍ଦରରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧିକାରୀମାନଙ୍କର ଦରମା ଓ ଆନୁଷଙ୍ଗିକ ଭତ୍ତା ବୃଦ୍ଧି ନିମନ୍ତେ ଅଫିସର୍ସ ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଚଳିତ ମାସରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ର୍ରାଳୟ ଏହି ଦାବିକୁ ଗ୍ରହଣ କରିବା ସହ ପିଛିଲା ଭାବେ ୨୦୧୭ ଫେବୃଆରୀ ମାସଠାରୁ ଏହି ବର୍ଦ୍ଧିତ ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶାନାମା ପାଇବା ପରେ ପାରାଦ୍ୱୀପ ବନ୍ଦରରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧିକାରୀମାନଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଗତ ବୁଧବାର ଦିନ ଏହାର ଏକ କିତା ନକଲ ପାରାଦ୍ୱୀପ ଅଫିସର୍ସ ସଂଘ ପାଇବା ପରେ ଏହାକୁ ସଂଘର ସାଧାରଣ ସଂପାଦକ ଶେଷ ଦେବ ସାହୁ ଓ ସଭାପତି କେ.ସି. ଦାସ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଓ ବିଭିନ୍ନ ବନ୍ଦରର ଅଧ୍ୟକ୍ଷମାନଙ୍କୁ ସେମାନଙ୍କର ଆନ୍ତରିକ ସହଯୋଗ ନିମନ୍ତେ କୃତଜ୍ଞତା ଜନାଇଛନ୍ତି । ତତ୍ସହିତ ପାରାଦ୍ୱୀପ ବନ୍ଦର ଏହାକୁ ତୁରନ୍ତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି ।

Related posts

 ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ ଜାରି

mahabharatanews

ସରପଞ୍ଚଙ୍କ ଘରେ ବୋମାମାଡ ଅଭିଯୋଗ

mahabharatanews

ତୃତୀୟ ଦିନରେ ଐତିହାସିକ କଟକ ବାଲିଯାତ୍ରା 

mahabharatanews

Leave a Comment