ଓଡିଶା

ସତଲମା ମାର୍କେଟରେ ଉତ୍ୟକ୍ତ ଚାଷୀଙ୍କ ତାଲା ବନ୍ଦ

ଚିତ୍ତରଞ୍ଜନ ସାହୁ/ ବରଗଡ଼: ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ନିୟନ୍ତ୍ରିତ ବଜାରରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିରହିଛି । ତେଣୁ ଚାଷୀ ଚିନ୍ତାରେ । ବିଗତ ଦିନରେ ଅଦିନିଆ ବର୍ଷାରେ ଧାନ ମଧ୍ୟ ଭିଜି ଯାଇଛି । ମଇ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମଣ୍ଡି ନାରାୟଣ ସେବା ସମବାୟ ସମିତି ଦ୍ୱାରା ପରିଚାଳିତ ହେଉଛି । ବର୍ତମାନ ପରିସ୍ଥିତିରେ ଯୋଗାଣ ବିଭାଗର ଆଲଟମେଣ୍ଟ ଧାରା ଧିମେଇ ଯାଇଛି. ବିଶେଷ କରି ସତଳମା ମଣ୍ଡିର ଟାର୍ଗେଟ ୭୦୯୫୯.୧୬ କୁଇଣ୍ଟାଲ ଥିବା ବେଳେ ବର୍ତମାନ ପର୍ୟ୍ୟନ୍ତ ଅଧା ଧାନ ମଧ୍ୟ ବିକ୍ରି ହୋଇନାହିଁ । ଏହି ମଣ୍ଡିରୁ ବିକ୍ରି ହେଉଥିବା ଧାନ ଗୀତାଞ୍ଜଳି ଫୁଡ଼, ଜିନ୍ଦଲ ଫୁଡ, ଜିନ୍ଦଲ ରାଇସ ମହାରାଜ,ସାକମ୍ବାରି ଫୁଡ, ବିଷ୍ଣୁ ରାଇସମିଲ, ମାରୀୟ ଫୂଡ଼ ଓ ବିନାୟକ ଫୁଡକୁ ଯାଉଛି । ବର୍ତମାନ ଜୁନ ମାସ ହେଲାଣି । ଆଉ ଦିନ କେଇଟରାରେ ମୌସୂମୀ ରାଜ୍ୟକୁ ଆସିବ । କିନ୍ତୁ ହଜାର ହଜାର ବସ୍ତା ଧାନ ବିକ୍ରି ନ ହୋଇ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି । ଆରଏମସିର ପଲିଥିନ ତାରପୋଲିନର ବ୍ୟବସ୍ଥା ଠିକ ନାହିଁ । ବିଗତ ବର୍ଷ ମାନଙ୍କରେ ବହୁତ ବାହାର ମିଲରୁ ଗାଡି ଆସୁଥିଲା । କିନ୍ତୁ ଏବର୍ଷ ବହୁତ କମ ପରିମାଣରେ ଗାଡି ଆସୁଛି । ତେଣୁ ଧାନ ବିକ୍ରି ହୋଇ ପାରୁ ନାହିଁ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଦାନାବାନ୍ଧିଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି । ଶେଷରେ ହତାଶ ଚାଷୀ ଧାନ ମଣ୍ଡିରେ ତାଲା ପକେଇଦେଇଛନ୍ତି । ପ୍ରଶାସନ ତରଫରୁ ସିଏସଓ ଏବଂ ଆରଏମସି ସେକ୍ରେଟାରୀ ଆସି ମଣ୍ଡିକୁ ଆସି ଚାଷୀଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବିଶେଷକରି ସତଲମାର ଚାଷୀମାନେ ସମସ୍ୟାରେ ପଡିଛନ୍ତି । ବହୁ ସ୍ଥାନରେ ଧାନ ବର୍ଷାରେ ଭିଜି ଗାଜାହୋଇଗଲାଣି । ମଣ୍ଡିରେ ତୁରନ୍ତ ଆଲଟମେଣ୍ଟ ବୃଦ୍ଧି କରି ଧାନ ଉଠାଇବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ଏବଂ ଆଗାମୀ ଦିନରେ ଯଦି ନ ଉଠେ ତାହେଲେ ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Related posts

ରାଜ୍ୟରେ ଆଉ ୩ କରେ।ନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟ ୧୭୩

mahabharatanews

‘ରାଜ୍ୟରୁ ସ୍କ୍ରବ ଟାଇଫସ ସଂଖ୍ୟା ୨ହଜାରରୁ ଅଧିକ’; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ସୁଲିଆ ପୀଠ କରୋନା କଟକଣା ଭିତରେ ପଡିଲା ବଳି

mahabharatanews