Uncategorized

ସମଗ୍ର ବିଶ୍ୱକୁ ‘ନମସ୍କାର’ କରିବାର ସନ୍ଦେଶ ଦେଲେ ପ୍ରିୟଙ୍କା

(ମହାଭାରତ): ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିଚାଲିଛି । ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ଖେଳ ଜଗତ ପର୍ଯ୍ୟନ୍ତ ସବୁଆଡେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । କୋରୋନା ଯୋଗୁଁ ବଡବଡ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଫିଲ୍ମର ରିଲିଜ ଡେଟ୍ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଅନ୍ୟପଟେ କଳାକାରମାନେ ଏଥିରୁ ରକ୍ଷା ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କୁ ସାବଧାନ ରହିବାର ଉପାୟ ବତାଉଥିବା ଦେଖିବାକୁ ମିଳୁଛି ।

ଏମିତିରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋରୋନାକୁ ରକ୍ଷା ପାଇବା ପାଇଁ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଭାରତୀୟ ଶୈଳୀ ଆପଣାଇ ନମସ୍କାର କରିବାକୁ ଉପଦେଶ ଦେଉଛନ୍ତି । ପ୍ରିୟଙ୍କା ବିଦେଶରେ ନିଜର ଅଭିନୟ ଯାଦୁ ଦେଖାଇସାରିଥିବାବେଳେ ସେଠାରେ ଟିଭି ଶୋ’ରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ନିଜର ଜଲୱା ଦେଖାଉଛନ୍ତି । କୋରୋନକୁ ନେଇ ଲୋକମାନଙ୍କୁ ସଚେତନତା କରିବା ପାଇଁ ପ୍ରିୟଙ୍କା ଚେଷ୍ଟା ଜାରି ରଖିଛନ୍ତି । ନିଜେ ପ୍ରିୟଙ୍କା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କ ଅନେକ ଫଟୋ ରହିଛି । ଯେଉଁଥିରେ ସେ ହାତ ଯୋଡି ନମସ୍କାର କରୁଥିବା ଦେଖିବାକୁ ମିଳୁଛି । ଏହି ଫଟୋଗୁଡିକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସମୟର । ପ୍ରିୟଙ୍କାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି । ମେସେଜରେ ପ୍ରିୟଙ୍କା ଲେଖିଛନ୍ତି, ସମଗ୍ର ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ମଧ୍ୟରେ ଲୋକଙ୍କ ଅଭିବାଦନ କରିବାର ଏକ ପୁରୁଣା କିନ୍ତୁ ନୂଆ ଉପାୟ ହେଉଛି ‘ନମସ୍କାର’ । ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ।

Related posts

‘ଜାମିଆ ହିଂସାକୁ ନେଇ କିଛି କହିବା ଅପରିପକ୍ୱ ହେବ’: ରମେଶ

mahabharatanews

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ: ବିଶ୍ୱ ହିନ୍ଦୁ ସେନାର ଆକ୍ରୋଶର ଶିକାର ନେପାଳୀ ଯୁବକ

mahabharatanews

ବେଡରୁମରେ ଏହି ସବୁ ଜିନିଷ ଥିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ

mahabharatanews

Leave a Comment