Uncategorized

ସିଏଏ, ଏନଆରସିର ଆବଶ୍ୟକତା ନାହିଁ: ସେଖ ହସିନା

ଦୁବାଇ: ନାଗରିକତା ସଂଶୋଧନ ଆଇନ (ସଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ଭାରତର ଅଭ୍ୟନ୍ତରିଣ ବ୍ୟାପାର ବୋଲି ବାଙ୍ଗଲାଦେଶ ପ୍ରଧାନ ମନ୍ତ୍ରୀ ସେଖ ହସିନା କହିବା ସହ ଏହାର ଆବଶ୍ୟକତା ନ ଥିବା କହିଛନ୍ତି । ହିସନା କହିଛନ୍ତି, ଭାରତରେ ସିଏଏ ଓ ଏନଆରସିକୁ ନେଇ ବିରୋଧ ଓ ପ୍ରଦର୍ଶନ ଚାଲିଥିବା ବେଳେ କାହିଁକି ଏହାକୁ ଲାଗୁ କରାଯାଉଛି ତାହା ଆମେ ବୁଝିପାରୁ ନାହୁଁ ।
ୟୁଏଇର ରାଜଧାନୀ ଆବୁଧାବିରେ ଥିବା ହସିନା ସିଏଏ ଓ ଏନଆରସିକୁ ନେଇ ଏପରି କହିଛନ୍ତି । ଏଥିସହ ଭାରତରୁ ବାଙ୍ଗଲାଦେଶକୁ କୌଣସି ଶରଣାର୍ଥି ଯାଉଥିବାକୁ ହସିନା ମାନ କରିଦେଇଛନ୍ତି । ତେବେ ଭାରତରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଓ ଏହା ଅନ୍ତର୍ଜାତୀୟ ପ୍ରସଙ୍ଗ ବୋଲି ହସିନା କହିଛନ୍ତି । ତଥାପି ହସିନା କହିଛନ୍ତି, ଭାରତ ସହ ବାଙ୍ଗଲାଦେଶର ବର୍ତ୍ତମାନର ସମ୍ପର୍କ ସବୁଠାରୁ ଭଲ ସ୍ଥିତିରେ ରହିଛି ଉଭୟ ଦେଶର ସହଯୋଗରୁ । ହସିନା ଉଭୟ ଆଇନର ଆବଶ୍ୟକତା ନାହିଁ କହୁଥିବା ବେଳେ କିଛି ଦିନ ପୂର୍ବରୁ ବାଙ୍ଗଲାଦେଶର ବିଦେଶ ମନ୍ତ୍ରୀ ଏ କେ ଅମଦୁଲ ମୋମେନ କହିଥିଲେ ଏନଆରସି ଓ ସିଏଏ ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ, କିନ୍ତୁ ଏହାର ପ୍ରଭାବ ଦେଶର ପଡୋଣୀ ରାଷ୍ଟ୍ରକୁ ମଧ୍ୟ ପ୍ରଭାବିତ କରିବ ।
ସୂଚନା ଯୋଗ୍ୟ, ଏନଆରସି ଆସାମକୁ ପଶି ଆସୁଥିବା ବାଙ୍ଗଲାଦେଶୀଙ୍କୁ ଅଟକାଇବା ପାଇଁ ୧୯୭୧ ମାର୍ଚ୍ଚ ୨୪ରେ ପ୍ରସ୍ତୁତ କରାଯାଇଥିଲା ।

Related posts

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

mahabharatanews

ସିଏଏ ମୁସଲମାନ ବିରୋଧୀ ନୁହେଁ: ରଜନୀକାନ୍ତ

mahabharatanews

କୋରୋନା ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ: ହର୍ଷବର୍ଦ୍ଧନ

mahabharatanews

Leave a Comment