ଓଡିଶା

ସମୁଦ୍ର କୂଳରେ ମଲା ଜେଲି ଫିସ, ଲୋକ ଆତଙ୍କିତ

(ଜୟନ୍ତ ସେଠି/ ଗୋପ): ପୁରୀ ସମୁଦ୍ର କୂଳରେ ଆଜି ଏକ ନିଆରା ଦୃଶ୍ୟ ଦେଖି ବାକୁ ମିଳିଛି । ସମୁଦ୍ର କୂଳରେ ବହୁ ସଂଖ୍ୟକ ଜେଲି ଫିସ ମରି ପଡିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ଅସଙ୍କା ଦେଖା ଦେଇଛି। କାରଣ ଏହି ଜେଲି ଫିସ ଦଂଶନ କ୍ଷତି କାରକ ନ ହେଲେ ମଧ୍ୟ ମଣିଷ ଦେହ ରେ ବାଜିଲେ ଜଳା ପୋଡା ହୋଇ ଥାଏ । ଏଣୁ ଏ ନେଇ ସତର୍କ ରହିବା ଆବଶ୍ୟକତା ରହିଛି। ତେବେ ପୁରୀ ସମୁଦ୍ର କୂଳରେ ମରି ପଡିଥିବା ଜେଲି ଫିସ ଗୁଡିକ ପୋରୋପିଟା ପ୍ରଜାତିର । ଏହି ଜେଲି ମାଛ ବିଷାକ୍ତ ଅଟନ୍ତି । ଏହାର ଦଳ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ରେ ମିଳିଥାଏ। ତେବେ ପୁରୀ ବେଳାଭୂମିରେ ଲକ ଡାଉନ ନେଇ ୧୪୪ ଧାରା ଜାରି ଥିବା ରୁ କୌଣସି ଲୋକ ବେଳାଭୂମି ରେ ନାହାନ୍ତି। ଫଳରେ ଏହି ଜେଲି ଫିସ କୁ ନେଇ କୌଣସି ଅସୁବିଧା ହୋଇ ନାହିଁ। ତେବେ ଏହା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Related posts

ବଦଳିବ ପାଗ ; ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ 

mahabharatanews

ଲୋକସଭାରେ ଶୁଭିବନି ବିଜେଡି ସ୍ୱର

mahabharatanews

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews