ଓଡିଶା

ସରକାରୀ ଯୋଜନା ପାଇପାରୁ ନାହନ୍ତି ପ୍ରକୃତ ହିତାଧିକାରୀ

(ସୁନ୍ଦର ପାଣି / କୋରାପୁଟ): କରୋନା ସଂକ୍ରମଣ ରୋକିବା ପାଇଁ ହୋଇଥିବା ଲକଡାଉନ ଯୋଗୁ ନିର୍ମାଣ ଶ୍ରମିକ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହୋଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ପାଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କୁ ୧୫୦୦ ଲେଖାଏଁ ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ କୋରାପୁଟ ବ୍ଲକ ମସ୍ତିପୁଟରେ କିଛି ପାଞ୍ଜିକୃତ ନିର୍ମାଣ ଶ୍ରମିକ ସେମାନଙ୍କ ହକରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ପ୍ରାୟ ୨୭ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ସରକାରଙ୍କ ଏ ସୁବିଧାରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ଏନେଇ ସେମାନେ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ଜିଲ୍ଳା ଶ୍ରମ କାର୍ୟ୍ୟାଳୟ କୁ ଯିବାକୁ କୁହାଯାଇଥିଲେ କାରଣ ଯେଉଁ ମାନଙ୍କର ତାଲିକା ରେ ନାମ ଅଛି ସେମାନଙ୍କୁ ହି ଅର୍ଥ ପ୍ରଦାନ କରାଯିବ ।ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ସହାୟତା ପାଇଁ ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି ଜିଲ୍ଲା ଶ୍ରମ ବିଭାଗ ଏଥିରେ ବହୁ ତ୍ରୁଟି ଥିବା ଦେଖିବାକୁ ମିଳିଛି। କାରଣ ପୌର ପରିଷଦ କିଛି ଅଞ୍ଚର ଶ୍ରମିକର ନାମ ପଞ୍ଚାୟତ କୁ ଦିଆଯିବ ତାଲିକାରେ ରହିଛି।ଏଣୁ ପଞ୍ଜିକୃତ ନିର୍ମାଣ ଶ୍ରମିକ ନାହିଁନ ଥିବା ଅସୁବିଧା ହେଉଥିବା ସୂଚନା ମିଳିଛି। ଏହା ଶୁଣି ଉକ୍ତ ଶ୍ରମିକମାନେ ଚିନ୍ତାରେ ପଡିଯାଇଥିଲେ । କାରଣ ଲକଡାଉନ ଯୋଗୁ ନିଜ କାମ ଧନ୍ଦା ହରାଇ ବସିଛନ୍ତି। ଏ ବିଷୟରେ ଜିଲ୍ଲାପାଳଙ୍କୁ ଦେଖା କରି ଗୁହାରି ଜଣାଇବୁ ବୋଲି ମହିଳା ନିର୍ମାଣ ଶ୍ରମିକ କହିଛନ୍ତି।

Related posts

ନୂଆ ଡିଜି ନିଯୁକ୍ତିକୁ ନେଇ ଅଙ୍କକସା ଆରମ୍ଭ

mahabharatanews

ଜିଲ୍ଲା ବ୍ଲକରେ ଅଭିଯୋଗ ଶୁଣିବେ ମନ୍ତ୍ରୀ: ପ୍ରଭାତୀ ପରିଡା

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଓଡ଼ିଆ ଯବାନଙ୍କ ହେବ ଶେଷକୃତ୍ୟ 

mahabharatanews

Leave a Comment