Uncategorized

ସରକାର ନିର୍ଦ୍ଦେଶ ଦେଲେ ପିଓକେ ଭାରତରେ ମିଶିଯିବ: ସେନା ମୁଖ୍ୟ

(ନୂଆଦିଲ୍ଲୀ): କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଲେ ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅଂଶ ହୋଇପାରିବ ବୋଲି ଶନିବାର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି । କିନ୍ତୁ ଏଥିପାଇଁ କେନ୍ଦ୍ରକୁ ନିିଷ୍ପତ୍ତି ନେବାକୁ ପଡିବ । ଯଦି ସଂସଦ ନିର୍ଦ୍ଦେଶ ଦେବ ତା ହେଲେ ପିଓକେ ଭାରତରେ ମିଶିଯିବ ବୋଲି ଡିସେମ୍ବର ୩୧ରେ ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବା ନରୱଣେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଚିଫ ଅଫ ଡିଫେନ୍ସ ଷ୍ଟାଫ ଗଠନ ଏକ ବଡ ପଦକ୍ଷେପ । ଭବିଷ୍ୟତରେ ଏହାଦ୍ୱାରା ଯେ କେବଳ ଅପରେଶନରେ ସୁବିଧା ହେବ ତା ନୁହେଁ ସେନାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିବ । ସୂଚନାଯୋଗ୍ୟ, ପିଓକେ ଭାରତର ଏକ ଅଂଶ ବୋଲି ପୂର୍ବରୁ ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହି ସାରିଛନ୍ତି । ଏପରିକି ଭାରତୀୟ ସେନା ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଥିଲେ ।

Related posts

ଡ୍ରଗ୍ସ ଲିଙ୍କରେ ଯୋଡ଼ିହୋଇଛନ୍ତି ଦୀପିକା

mahabharatanews

କଂଗ୍ରେସର ପୋଷ୍ଟରରେ ରାହୁଲଙ୍କ ଭୋଜପୁରୀ ଅବତାର

mahabharatanews

ବନ୍ଦେ ଭାରତ ମିଶନରେ ବିଦେଶରୁ ମୁମ୍ବାଇ ଆସିଲେଣି ୧୯ ହଜାର ୬୦୪

mahabharatanews