ଭାରତ

ସର୍ମ୍ପକୀୟଙ୍କ ଘରେ ଇଡିର ରେଡ, ମିଳିଲା କୋଟି କୋଟି ଟଙ୍କା ଓ ସୁନା ବିସ୍କୁଟ

ସତ୍ୟେନ୍ଦ୍ର ଜୈନଙ୍କର ବଢିଲା ଅଡୁଆ । କେଜ୍ରିୱାଲ ସରକାରରେ ମନ୍ତ୍ରୀ ଅଛନ୍ତି ସତ୍ୟେନ୍ଦ୍ର । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରୁ ଜବତ କରିଛି ୨.୮୨ କୋଟି ଟଙ୍କା ଓ ଅନେକ ସୁନା ବିସ୍କୁଟ। ୧୩୩ଟି ସୁନା ବିସ୍କୁଟ ଓ ସୁନା ଟଙ୍କା ଏହି ଚଢାଉ ସମୟରେ ଜବତ କରିଛି ଇଡି । ଗତ ମେ’ ୩୦ ତାରିଖରେ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିଛି । ସତ୍ୟେନ୍ଦ୍ରଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା ଇଡି । ପରେ ୯ ଜୁନ୍ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବାକୁ କୋର୍ଟ ଅନୁମତି ଦେଇଥିଲେ । ଯାଞ୍ଚ ଏଜେନ୍ସିଙ୍କୁ ଭ୍ରୁଆଁ ବୁଲାଇବାକୁ ସତ୍ୟେନ୍ଦ୍ର ପୂର୍ବରୁ ନିଜର ପରିବାରର କିଛି ସଦସ୍ୟଙ୍କୁ ବ୍ୟବହାର କରିଥିଲେ । ଏପରିକି ସତ୍ୟେନ୍ଦ୍ରଙ୍କ ମାଧ୍ୟମରେ ପରିବାରର ସଦସ୍ୟ କୋଟି କୋଟି ଟଙ୍କା ହାସଲ କରିଥିଲେ ।

 

Related posts

ମାତ୍ର ୧ ଟଙ୍କା ଖର୍ଚ୍ଚରେ ବୁଲିପାରିବେ ପୁରା ଦେଶ

mahabharatanews

ନଭେମ୍ବର ୧୯ରୁ ପ୍ରଗତି ମୈଦାନରେ ଝଲସିବ ଓଡିଶାର କୁଟୀର ଶିଳ୍ପ

mahabharatanews

ଅଗ୍ନିକାଣ୍ଡ ଘଟି ଗଲା ୬ ଜୀବନ

mahabharatanews