Uncategorized

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା କଞ୍ଚାଲଙ୍କା ଆଚାର ।
ଆବଶ୍ୟକୀୟ ସାମଗ୍ରୀ : କଞ୍ଚାଲଙ୍କା -୨୫୦ ଗ୍ରାମ, ଧନିଆ- ୧ଚାମଚ, ମଧୁରୀ-୧ଚାମଚ, ସୋରିଷ-୧ଚାମଚ, ମେଥି-୧ଚାମଚ, ହଳଦୀ ଅଧା ଚାମଚ, ହେଙ୍ଗୁ ଅଳ୍ପ, ଆମଚୁର ପାଉଡର-୨ଚାମଚ, ଭିନେଗାର-୧ଚାମଚ, ସୋରିଷ ତେଲ-୨ଚାମଚ, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ଏହି ସ୍ୱାଦିଷ୍ଟ ଆଚାର ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ କଞ୍ଚାଲଙ୍କାକୁ ଧୋଇ ମଝିରୁ ଅଧା କାଟି ଶୁଖାଇ ଦିଅନ୍ତୁ । ତାପରେ ଏକ କଡେଇରେ ମଧୁରୀ,ମେଥୀ ,ସୋରିଷ ଏବଂ ଧନିଆ ମିଶାଇ ଭାଜି ତାକୁ ଅଳ୍ପ ପେଶୀ ଦିଅନ୍ତୁ । ବର୍ତ୍ତମାନ ସମସ୍ତ ମସଲାକୁ ଉକ୍ତ ଲଙ୍କାରେ ମିଶାଇ ଦିଅନ୍ତୁ । ଏହିସବୁ ମସଲା ସହିତ ସେଥିରେ ହଳଦୀ, ଆମଚୁର ପାଉଡର ଏବଂ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
ବର୍ତ୍ତମାନ ଏକ କଡେଇରେ ତେଲ ଗରମ କରି ସେଥିରେ ହେଙ୍ଗୁ ଏବଂ ସମସ୍ତ ଲଙ୍କା ମସଲା ପକାଇ ଘୋଡାଇ ଦିଅନ୍ତୁ । ବର୍ତ୍ତମାନ ଗ୍ୟାସ ବନ୍ଦ କରି ତିନିରୁ ଚାରି ମିନିଟ ପର୍ଯ୍ୟନ୍ତ ଘୋଡାଇ ଛାଡି ଦିଅନ୍ତୁ । ଏବେ ଏହାକୁ ଓହ୍ଲାଇ ଥଣ୍ଡା କରି ଏଥିରେ କିଛି ଭିନେଗାର ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଲଙ୍କା ଆଚାର ।

Related posts

ନବରଙ୍ଗପୁରକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧିନରେ ଡାକ୍ତରଙ୍କ ଟିମ୍

mahabharatanews

ଖରାଦିନେ ହାତ ଗୋଡ କଳା ପଡିଥିଲେ ଏହି ଉପାୟ ଆପଣାନ୍ତୁ

mahabharatanews

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews