ଓଡିଶା

ସହୃଦୟତା ଦେଖାଇ ଉଦାହରଣ ପାଲଟିଲେ ଯୁବକ

ପାରାଦ୍ୱୀପ: ବନ୍ଦର ସହର ପାରାଦ୍ୱୀପର ଜନୈକ ବ୍ୟକ୍ତିଙ୍କର ହଜି ଯାଇଥିବା ଆଠ ହଜାର ଟଙ୍କା ଫେରାଇବା ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ, ପାରଦ୍ୱୀପ ବଡ ପଡିଆ ବିଜୟା ମାର୍କେଟ ପରିସରରେ ଜନୈକ ସାହାରା ଇଣ୍ଡିଆ ଜମା ସଂଗ୍ରହକାରୀ ଚଗଲା ସାହୁ ଗତ ୨୦୧୮ ସମିହା ନଭେମ୍ବର ମାସ ୭ ତାରିଖ ଦିନ ବଜାର ରାସ୍ତାରେ ଏକ ମନିପର୍ସ ପାଇଥିଲେ । ସେଥିରେ ଆଠ ହଜାର ଟଙ୍କା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ସେହି ଦିନଠାରୁ ଚଗଲା ମନିପର୍ସ ହଜାଇଥିବା ବ୍ୟକ୍ତିଙ୍କୁ ବହୁ ଖୋଜା ଖୋଜି କରି ନିରାଶ ହୋଇଥିବା ବେଳେ ସୈାଭାଗ୍ୟ ବଶତଃ ଦୀର୍ଘଦିନ ପରେ ମନିପର୍ସ ହଜାଇଥିବା ବ୍ୟକ୍ତି ବିଜୟ କୁମାର ସାହୁ ଚଗଲା ସାହୁଙ୍କ ନିକଟରେ ପହଂଚିଥିଲେ । ଉଭୟଙ୍କର କଥା ମେଳ ହେବା ପରେ ଗୁରୁବାର ସଂଧ୍ୟାରେ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ତଥା ରାଷ୍ଟ୍ରପତି ପୋଲିସ୍ ପ୍ରାପ୍ତ ଅଧିକାରୀ ରଜନୀକାନ୍ତ ସାମଲ, ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁ, ଶଶାଙ୍କ ଆଚାର୍ଯ୍ୟ, ପାରାଦ୍ୱୀପ ପ୍ରେସ୍ ମେଡିଆର ବହୁ ସାମ୍ବାଦିକଙ୍କ ଉପସ୍ଥିତରେ ଚଗଲା ସାହୁ ଏହି ଟଙ୍କା ଫେରସ୍ତ କରିଥିଲେ । ଉକ୍ତ ବ୍ୟକ୍ତି ଟଙ୍କା ଫେରିପାଇବା ପରେ ଚଗଲା ସାହୁ ଓ ବିଜୟ ସାହୁ , ଥାନା ଅଧିକାରୀ ଶ୍ରୀ ସାମଲ ଓ ସମସ୍ତ ସାମ୍ବାଦିକମାନଙ୍କୁ ସାଦୁବାଦ ଓ କୃତଜ୍ଞତା ଜଣାଇଥିଲେ । ତେବେ ସାଧାରଣରେ ସମସ୍ତଙ୍କୁ ଆଦର୍ଶର ସଚେତନତାର ବାର୍ତା ଦେବା ଉଦ୍ଦେଶ୍ୟରେ ଏହିପରି କାର୍ଯ୍ୟ କରାଯାଇଥିବା ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁଙ୍କଠାରୁ ପ୍ରକାଶ ।

Related posts

ମଞ୍ଚରେ ଗୀତ ଗାଉଥିବା ବେଳେ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

mahabharatanews

ବଣମହୁଲଡିହା ସୁନାମୁଖୀ ହାଇସ୍କୁଲର ବାର୍ଷିକ ଉତ୍ସବ

mahabharatanews

ହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳା

mahabharatanews