ଅପରାଧ

ଦୁଷ୍କର୍ମ ପରେ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

ଅମରାବତୀ: ମହାରାଷ୍ଟ୍ର ଅମରାବତୀର ଦରିଆପୁରରେ ହୋଇଥିବା ଦଷ୍କର୍ମ ମାମଲାରେ ପୀଡିତା ନାବାଳିକା ଆତ୍ମହତ୍ୟା କରିଛି । ଏହି ଦୁଷ୍କର୍ମ ମାମମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ୟେବଦା ଥାନା ସବ ଇନସ୍ପେକ୍ଟର ଦିଲିପ ପାଟିଲଙ୍କ ଅନୁଯାୟୀ, ଗତକାଲି ଏନେଇ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ଏକ ୧୫ ବର୍ଷୀୟା ନାବାଳିକାକୁ ଏକାଧିକ ଥର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇଥିଲା । ଏହି ଘଟଣା ପରେ ଶେଷରେ ନାବାଳିକା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଗତକାଲି ଅଭିଯୋଗ ହୋଇଥିଲା । ଘଟଣ।।ର ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ଏକ ମାମଲା ରୁଜୁ କରିଛି ଓ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରିମ।ଣ୍ଡରେ ନେଇଛି ।

Related posts

ଥାନାରେ ପୋଲିସକୁ ପିଟିଲେ ଯୁବକ

mahabharatanews

୪୫୦ ଲିଟର ଦେଶୀ ମହୁଲି ଜବତ: ୩ ଗିରଫ

mahabharatanews

ଜଳେଶ୍ୱର: ୬୮ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews