ମୁମ୍ବାଇ: ମହାରାଷ୍ଟରେ ସିଏଏ, ଏନଆରସି, ଏନପିଆର ବିରୋଧରେ ମହାରାଷ୍ଟ୍ର ବିଧାନସଭାରେ ପ୍ରସ୍ତାବ ପାରିତ ହେବ ନାହିଁ ବୋଲି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପ।।ୱାର କାଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହାକୁ ନେଇ କାହାରିକୁ ଡିବାର ଆବଶ୍ୟକତା ନାହିଁ । ଅଜିତ ପାୱାର ଦଳର ମୁମ୍ବାଇ ଶାଖାର ଏକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, ମହାରାଷ୍ଟ୍ର ଲୋକଙ୍କୁ ସିଏଏ, ଏନଆରସି, ଏନପିଆରକୁ ନେଇ ଡରିବାରର ଆବଶ୍ୟକତା ନାହିଁ । ଏହାକୁ ନେଇ ଯଦି କେହି ସୃଷ୍ଟିକରିବାକୁ ଚେଷ୍ଟା କରୁଥାନ୍ତି ତେବେ ଏନସିପି କର୍ମକର୍ତ୍ତା ସେମାନଙ୍କୁ ଜଣାଇ ଦିଅନ୍ତୁ କି, ଏନସିପି ମୁଖ୍ୟ ଶରତ ପାୱ।।ର ଓ ମହାବିକାଶ ଅଘାଡିର ଅନ୍ୟ ମନ୍ତ୍ରୀ କହିଛନ୍ତି, ଏହା ଦ୍ୱାରା କାହାରି ବି ନାଗରିକତା ଉପରେ କୌଣସି ଆଞ୍ଚ ଆସିବ ନାହିଁ । ସେ ଆହୁରି କହିଛନ୍ତି, ଏହି ଆଶ୍ୱାସନା ସହ ବିଧାନସଭାରେ ବିହାର ପରି ପ୍ରସ୍ତବା ଆଣିବାର ଆବଶ୍ୟକତା ନାହିଁ । ଏଥିସହ ସେ ଦିଲ୍ଲୀ ହିଂସା ପାଇଁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀ ହିଂସା ଓ ଜମାଜର ଧ୍ରୁବିକରଣ ପାଇଁ ଦାୟୀ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବିହାର ବିଧାନସଭାରେ ଏନଆରସି ବିରୋଧରେ ପ୍ରସ୍ତାବ ପାରିତ କରାଯାଇଥିଲା । ବିହାର ବିଧାନସଭାରେ ଆଉ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା, ସେଥିରେ ଏନପିଆରକୁ ୨୦୧୦ ଅନୁଯାୟୀ, ସଂଶୋଧନ କରି ଲାଗୁ କରିବାକୁ କୁହାଯାଇଥିଲା । କିଛି ଦିନ ପୂର୍ବେ କଂଗ୍ରେସ ନେତାଙ୍କ ଏକ ବର୍ଗ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିଏଏ, ଏନଆରପି ଓ ଏନଆରସି ବିରୋଧରେ ପ୍ରସ୍ତାବ ପାରତ କରିବାକୁ ଆଗ୍ରହ କରିଥିଲେ ।
