Uncategorized

ନଦୀରେ ଭାସୁଛି ୫୦ ମୃତଦେହ

(ନାଇରୋବି) ; ସେଟିଟ୍ ନଦୀରୁ ମିଳିଛି ୫୦ ମୃତଦେହ । କାହାର ହାତ ଗୋଡ ବନ୍ଧା ଯାଇଛି ତ କାହାକୁ ଗୁଳି କରାଯାଇଛି । ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ସୁଦାନ ଅଞ୍ଚଳରେ । ଏ ନେଇ ସୁଦାନ କସାଳା ପ୍ରଗଣାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଇଥୋପିଆର ଟିଗାର ଅଞ୍ଚଳ ସହିତ ଲାଗିଥିବା ଯୁୁଦ୍ଧ କାରଣରୁ ଏସବୁ ମୃତଦେହ ନଦୀରେ ଭସାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହି ସ୍ଥାନରୁ ହୁଏତ ଅଧିବାସୀ ପଳାୟନ କରୁଥିବା ବେଳେ ସେମାନଙ୍କୁ ଗୁଳି ମାରି ନଦୀକୁ ଫୋପାଡ଼ି ଦିଆଯାଉଛି । ଅଥବା ସେମାନଙ୍କ ହାତ ଗୋଡ଼ ବାନ୍ଧି ନଦୀରେ ଭସାଇ ଦିଆଯାଉଛି । ଗତ ସପ୍ତାହରୁ ଏପରି ମୃତଦେହ ନଦୀରେ ଦେଖିବାକୁ ମିଳୁଛି ।ଏହି ମୃତଦେହ ଗୁଡ଼ିକ ସେଟିଟ୍ ନଦୀରୁ ମିଳିଛି । ଏହି ନଦୀ ସୀମା ବିବାଦ ଥିବା ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ଯାହା ଫଳରେ ସେନା ସହ ଯୁଦ୍ଧ ସମୟରେ ଏପରି ମୃତଦେହ ଗୁଡ଼ିକୁ ଭସାଇ ଦିଆଯାଉଥିବା ଅନୁମାନ କରାଯାଉଛି ।

Related posts

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

mahabharatanews

ଦେଶରେ କରେ।।ନା ମୃତ୍ୟୁସଂଖ୍ୟା ୪୧୪: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

mahabharatanews

 ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

mahabharatanews