ଅପରାଧ

ସିସୋରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ କଟକ ସ୍ୱତନ୍ତ୍ର୍ର ଚିଟଫଣ୍ଡ କୋର୍ଟ ଆଜି ବହୁ ଚର୍ଚ୍ଚିତ ସି ସୋର ଚିଟଫଣ୍ଡ ସଂସ୍ଥାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମ୍ପାନୀ ଲୋକଙ୍କର ୫ଶହ କୋଟିରୁ ଅଧିକ ଟଙ୍କା ଠକିନେଇଥିଲା । ତେଣୁ ଲୋକଙ୍କ ଟଙ୍କା ପଇଠ କରିବାକୁ ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୂପେ, ବ୍ୟାଙ୍କରେ ଜମା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଏହି ସଂସ୍ଥା ସମେତ ରାଜ୍ୟର ୪୪ ଚିଟଫଣ୍ଡ କମ୍ପାନୀର ତଦନ୍ତଭାର ସିବିଆଇ ନେଇଥିଲା । ସିବିଆଇ ୪୮୭ କୋଟର ସମ୍ପତ୍ତି ତାଲିକା ଦେଇଥିବା ବେଳେ ଇଡି, ପିଏମଏଲଏ ଆଉ ୨୪୨ କୋଟିର ସମ୍ପତ୍ତି ଯୋଡିଥିଲା । ପ୍ରଶାନ୍ତ ୨୧ଟି ସେଲ କମ୍ପାନୀ ଓ ୧୩ କୋଅପରେଟିଭ ସୋସାଇଟି ଜରିଆରେ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲେ । ପ୍ରଶାନ୍ତଙ୍କ ବିରୋଧରେ ୮ଟି ମାମଲା ରହିଛି । ୨୦୧୩ରେ ସେ ଗିରଫ ହୋଇଥିବା ବେଳେ ୨୦୧୭ରେ ସେ ଜାମିନରେ ବାହାରିଥିଲେ ।

Its ingredients are centered around several powerful themogenics like Forslean. where to buy cialis in south africa Thermogenics are ingredients that produce heat in your body by raising your metabolism.

Related posts

ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି ପୋଲିସ

mahabharatanews

ଅର୍ଥ ଲୁଟ ଅଭିଯୋଗରେ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ

mahabharatanews

ହୋମଗାର୍ଡ ହତ୍ୟା ଘଟଣା ମାମଲାରେ ୩୬ ଗିରଫ

mahabharatanews