ଓଡିଶା

ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ଚୀନ

ଲେହ: ଗୋଟି ପଟେ ପାକ୍ ସେନା ତାର ଯୁଦ୍ଧ ବିମାନ ଏଲଓସି ନିକଟରେ ନିୟୋଜିତ କରିଛି । ଏପଟେ ଭାରତ-ଚୀନ ସୀମାରେ ଚୀନ ଏଲଏସି ନିକଟରେ ଲଢୁଆ ହେଲିକପ୍ଟର ଉଡ଼ାଇଛି। ଏହି ଖବର ମିଳିବା ପରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପଠାଇ ସୀମାନ୍ତରେ ପାଟ୍ରୋଲିଂ ଆରମ୍ଭ କରି ଦେଇଛି ।
ନିକଟରେ ଉତ୍ତର ସିକ୍କିମରେ ଭାରତୀୟ ଏବଂ ଚୀନ ସୈନିକ ମୁହାଁମୁହିଁ ହୋଇଥିଲା। ଏଥିରେ ଦୁଇ ପକ୍ଷର କିଛି ଯବାନ ମଧ୍ୟ ଆହତ ହୋଇଥିଲେ। ପରେ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ନେଇଥିଲେ। ଏହା ପୂର୍ବରୁ ମେ ୫ରେ ଲଦାଖରେ ବି ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ଓ ପରେ ଉଭୟ ସେନା ମଧ୍ୟରେ ବିବାଦର ସମାଧାନ ହୋଇଥିଲା। ବର୍ତ୍ତମାନ ଚୀନ ସେନାର ହେଲିକପ୍ଟର ସୀମାରେ ଉଡୁଥିବା ଦେଖିବାକୁ ମିଳିଛି।

Related posts

ହାତୀକୁ ନିଆଁ ହୁଳା ମାଡ଼ ଘଟଣାରେ ୨ କର୍ମଚାରୀ ନିଲମ୍ବିତ

mahabharatanews

“କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ” 

mahabharatanews

କରୋନା ଗାଇଡଲାଇନକୁ ଫୁ: ଗୋଟିଏ ଦିନରେ ୧୭୦ କେଶ୍

mahabharatanews