ଓଡିଶା

କରୋନା ଗାଇଡଲାଇନକୁ ଫୁ: ଗୋଟିଏ ଦିନରେ ୧୭୦ କେଶ୍

ଭୁବନେଶ୍ୱର: ଲକ ଡାଉନ ସମୟରେ ଜରୁରୀକାଳୀନ ସେବାକାରୀଙ୍କ ବ୍ୟତୀତ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ନିୟମ ଉଲ୍ଲଙ୍ଘନକାରୀ ସବୁ ନିୟମକୁ ଫୁ ସେମାନଙ୍କ ଦୁନିଆରେ ମସଗୁଲ ହୋଇ ରହିବା ସହ ଲୋକଙ୍କୁ ତଥା ସରକାରକୁ ସମସ୍ୟାରେ ପକାଉଛନ୍ତି । ଏଥିନେଇ ପୁଲିସ ପକ୍ଷରୁ ଏପରି ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତକାଲି ଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମୋଟ ୧୭୦ଟି କେଶ ରୁଜୁ ହୋଇଥିବା ଓଡିଶା ପୁଲିସ ପକ୍ଷରୁ ଟ୍ୱିଟ କରି ଜଣାଯାଇଛି । ସେଥିମଧ୍ୟରୁ ୧୬୩ଟି କୋଭିଡ-୧୯ ନିର୍ଦ୍ଦେଶାବଳୀ ଅବମାନନା ପାଇଁ ମାମଲା ରୁଜୁ ହୋଇଥିବା ବେଳେ, ୪ଟି କେଶ ଗୁଜବ ପ୍ରଚାର କରିବାକୁ ନେଇ ଓ ୩ଟି ଏଥି ସମ୍ବନ୍ଧୀୟ ଅନ୍ୟାନ୍ୟ ଉଲ୍ଲଙ୍ଘନ କାର୍ଯ୍ୟ ପାଇଁ ରୁଜୁ ହୋଇଛି । ଓଡିଶା ପୁଲିସ ପକ୍ଷରୁ ଏହି ସୂଚନା ମଧ୍ୟାହ୍ନ ୧୨.୩୮ରେ ଟ୍ୱିଟର ଯୋଗେ ଦିଆଯାଇଛି ।

Related posts

ଶୋକାକୁଳ ପରିବେଶ ଭିତରେ ଜଳିଲା ଯବାନଙ୍କ ଜୁଇ

mahabharatanews

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

mahabharatanews