Uncategorized

ସୀମାରେ ପାକରେ ଗୁଳିବର୍ଷା, ୨ ଭାରତୀୟ ଯବାନ ଶହୀଦ

(ପୁଞ୍ଚ): ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ପକ୍ଷରୁ ଅତର୍କିତ ଗୁଳିଗୋଳା ବର୍ଷଣ ଫଳରେ ୨ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି । ଆକ୍ରମଣରେ ଶହୀଦ ହୋଇଥିବା ୨ ଯବାନ ସେନାରେ ପୋର୍ଟର ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୧୧ଟା ବେଳେ ପାକିସ୍ତାନ ପୁଞ୍ଚ ଠାରେ ପ୍ରବଳ ଗୁଳି ବର୍ଷା ଆରମ୍ଭ କରିଥିଲା । ପାକ୍ ସେନା ଭାରତ ସୀମାକୁ ମୋର୍ଟାର ମାଡ କରିଥିଲା । ଅନ୍ୟ ପକ୍ଷରେ ଭାରତୀୟ ଯବାନମାନେ ମଧ୍ୟ ପାକିସ୍ତାନକୁ ଏହାର କଡା ଜବାବ ଦେଇଥିଲେ । ଭାରତର ପାଲଟା ଜବାବରେ ପାକିସ୍ତାନୀ କ୍ୟାମ୍ପଗୁଡିକର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

Related posts

ବିବାହ ପାଇଁ ମିଳିଲାନି ବ୍ରାହ୍ମଣ, ଗୁଗୁଲରୁ ମନ୍ତ୍ର ପଢି ବିବାହ କରାଇଲେ ମହିଳା ଥାନା ଅଧିକାରୀ

mahabharatanews

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

mahabharatanews

ଦୁଇ ଦିନିଆ ଗସ୍ତରେ ରାହୁଲ…

mahabharatanews