Uncategorized

ସୀମା ସେପାଖରେ ୨୫୦ରୁ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ଯୋଜନା କରିଛନ୍ତି

ଶ୍ରୀନଗର: ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କୀଙ୍କ ସବୁ ଯୋଜନାକୁ ପଣ୍ଡ କରିଦେଇଛି ସେନା। ଜମ୍ମୁ-କଶ୍ମୀରର ନୌଗାମ ଏଲଓସି ଦେଇ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ତେବେ ସୀମା ସେପାଖରେ ଥିବା ଲଞ୍ଚ ପ୍ୟାଡ୍‌ରେ ଆହୁରି ୨୫୦ରୁ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା ଥିବା ଆଜି ସେନା ପକ୍ଷରୁ କୁହାଯାଇଛି।
ସେନାର ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଆଜି ଭୋର ସମୟରେ ନୌଗାମ ଏଲଓସିରେ କିଛି ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରାଯାଇଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆଉ କିଛି ପୁଣି ପାକିସ୍ତାନ ପଟକୁ ଚାଲି ଯାଇଛନ୍ତି। ନିହତ ଆତଙ୍କୀଙ୍କ ପାଖରୁ ୨ଟି ଏକେ ଆସଲଟ ରାଇଫଲ, ୧୨ଟି ଗୁଳି ଭର୍ତ୍ତି ମାଗାଜିନ, ଗୋଟିଏ ପିସ୍ତଲ ଓ କିଛି ଗ୍ରେନେଡ ଜବତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆତଙ୍କୀଙ୍କ ପାଖରେ ୧.୫ ଲକ୍ଷର ଭାରତୀୟ ଓ ପାକିସ୍ତାନ ମୁଦ୍ରାର ଅର୍ଥ ରହିଥିଲା। ଅନ୍ୟପକ୍ଷରେ ଆଉ ଏକ ସାମ୍ବାଦିକ ସମ୍ମଳନୀରେ ମେଜର ଜେନରାଲ ବୀରେନ୍ଦ୍ର ବାସ୍ତବ କହିଛନ୍ତି, ସୀମା ସେପଟେ ଏକାଧିକ ଲଞ୍ଚ ପ୍ୟାଡ୍‌ରେ ଆତଙ୍କବାଦୀମାନେ ଭାରତରେ ପ୍ରବେଶ ପାଇଁ ଅପେକ୍ଷା କରି ରହିଛନ୍ତି। ସେମାନଙ୍କର ସଂଖ୍ୟା ପ୍ରାୟ ୨୫୦ରୁ ୩୦୦ ହେବ। ତେବେ ସେମାନଙ୍କର ମୁକାବିଲା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ହୋଇ ରହିଛନ୍ତି।

Related posts

ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା

mahabharatanews

ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଶୁଣାଣି ଆରମ୍ଭ

mahabharatanews

ଭୀମ ଆର୍ମୀ କର୍ମକର୍ତ୍ତା ବୈଠକକୁ ମିଳିଲା କୋର୍ଟଙ୍କ ସ୍ୱୀକୃତି

mahabharatanews