ଭାରତ

ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କଲେ କେଜ୍ରିଓ୍ବାଲ

(ଦିଲ୍ଲୀ) : ଅଯୋଧ୍ୟାର ରାମ ମନ୍ଦିରରେ ଭଗବାନ ରାମଲଲ୍ଲାଙ୍କ ବିଗ୍ରହ ପ୍ରତିଷ୍ଠା ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀ ଦଳମାନଙ୍କ ଧର୍ମସଂକଟ ସେତିକି ବଢିଚାଲିଛି । କଂଗ୍ରେସ ନେତାମାନେ ସୋମବାର ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଦଳ ଆମ ଆଦମି ପାର୍ଟି ମଧ୍ୟ ସୁନ୍ଦର କାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଛି ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ସମସ୍ତଙ୍କ ସୁଖ ଶାନ୍ତି ଏବଂ ପ୍ରଗତି ପାଇଁ ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ଦିଲ୍ଲୀର ଅନେକ ସ୍ଥାନରେ ସୁନ୍ଦରକାଣ୍ଡ ପାଠ କରାଇବ। ଅପରାହ୍ନ ୩ଟାରେ ରୋହିଣୀ ମନ୍ଦିରରେ ମୁଁ ମୋ ପତ୍ନୀଙ୍କ ସହ ସମସ୍ତ ଭକ୍ତଙ୍କ ସହ ସୁନ୍ଦରକାଣ୍ଡ ପାଠ କରିବି। ଆପଣ ସମସ୍ତଙ୍କୁ ଆପଣଙ୍କ ସୁବିଧା ଅନୁଯାୟୀ ଆପଣଙ୍କ ଘର ନିକଟରେ ଥିବା ପାଠ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି।

Related posts

ତାମିଲନାଡୁ ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ

mahabharatanews

ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

mahabharatanews

ଚାରିଧାମ ତୀର୍ଥକ୍ଷେତ୍ରରେ VIP ଦର୍ଶନ ବନ୍ଦ

mahabharatanews