Uncategorized

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଜାମ୍ମୁ: ବିଶ୍ୱ ମହାମାରୀ ମଧ୍ୟରେ ଦେଶର ସୀମାନ୍ତରେ କିନ୍ତୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରହିଥିବା ବେଳେ ଭାରତୀୟ ସେନା ପକ୍ଷରୁ ସେମାନଙ୍କ ବିରୋଧରେ ଅପରେଶନ ଜାରି ରହିଛି । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲା ଅନ୍ତର୍ଗତ କାଜିଗୁଣ୍ଡରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଲୋଅର ମୁଣ୍ଡା ଅଞ୍ଚଳରେ କିଛି ଆତଙ୍କବାଦୀ ସକ୍ରିୟ ଥିବା ଜଣେ ପୁଲିସ ସୂଚନା ପାଇଥିଲା । ଏହା ପରେ ସେନାର ୧୯ ଆରଆର, ଏସଓଜି ଏବଂ ସିଆରପିଏଫର ମିଳିତ ଟିମ୍‌ ସୋମବାର ସକାଳେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଯେଉଁ ଅଞ୍ଚଳରେ ଆତଙ୍କୀମାନେ ଲୁଚି ରହିଥିଲେ ସେହି ଅଞ୍ଚଳକୁ ଯବାନମାନେ ଘେରି ଯାଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।

Related posts

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews

ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ

mahabharatanews

୧୨୬ ବର୍ଷ ପରେ ନଡିଆ ଗଛରେ ଫଳିଲା ଫଳ

mahabharatanews