Uncategorized

ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ  ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାରର ସିବିଆଇ ଯାଞ୍ଚ ସୁପାରିଶକୁ କେନ୍ଦ୍ର ମଞ୍ଜୁର କରିଛି। ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର କୁହାଯାଇଛି, ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଯାଞ୍ଚର ଭାର ସିବିଆଇକୁ ଦିଆଯାଇଛି। ଏବେ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ । ଦୀର୍ଘ ଦିନରୁ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁଶାନ୍ତଙ୍କ ପ୍ରଶଂସକ, ବୁଦ୍ଧିଜୀବୀ, ସୁଶାନ୍ତ ପରିବାର ଦାବି କରୁଥିଲେ ।
ଆଜି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓକିଲ ତୁଷାର ମେହତା ସୂଚନା ଦେଇଛନ୍ତି କି, ସିବିଆଇ ଏହି ମାମଲାର ଯାଞ୍ଚ କରିବା ପାଇଁ ବିହାର ସରକାରଙ୍କ ସୁପାରିଶ ମଞ୍ଜୁର କରି ଦିଆଯାଇଛି। ରିୟାଙ୍କ ତରଫରୁ ଶ୍ୟାମ ଦିଓ୍ବାନ କହିଛନ୍ତି, ଏସଜିଙ୍କ ତରଫରୁ ଯାହା କୁହାଯାଇଛି, କୋର୍ଟରେ ସେହି ମାମଲା ନାହିଁ, ଏପରି କ୍ଷେତ୍ରରେ ଅଦାଲତ ରିୟାଙ୍କ ଆବେଦନ ଉପରେ ଧ୍ୟାନ ଦିଅନ୍ତୁ। କାରଣ ଶ୍ୟାମ ଦିଓ୍ବାନ ରିଆଙ୍କ ନାମରେ ଥିବା ସମସ୍ତ ମାମଲା ଉପରେ ରୋକ ଲଗାଇବା ଉପରେ ଦାବି କରିଥିଲେ। ଶ୍ୟାମ ଦିଓ୍ବାନ କହିଥିଲେ ଯେ ଏଫଆଇଆର ଜୁରିସଡିକସନ ମୁତାବକ ନାହିଁ। ଏପରି କ୍ଷେତ୍ରରେ ଅଦାଲତ ପୂରା ମାମଲା ଉପରେ ରୋକ ଲଗାଇବା ଉଚିତ୍। ଜଷ୍ଟିସ୍ ହୃଷିକେଶ ରାୟ କହିଥିଲେ ଯେ ସୁଶାନ୍ତ ଅତ୍ୟନ୍ତ ଟ୍ୟାଲେଣ୍ଟେଡ ଏବଂ ଉଦୀୟମାନ କଳାକାର ଥିଲେ । ତାଙ୍କର ଏଭଳି ରହସ୍ୟମୟ ଭାବେ ମୃତ୍ୟୁ ସତରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଜଷ୍ଟିସ୍ ହୃଷିକେଶ ରାୟ ମଧ୍ୟ ଏହି ମାମଲାର ଯାଞ୍ଚ ହେବା ଉଚିତ୍ ବୋଲି କହିଛନ୍ତି।

Related posts

ଆଇପିଏଲ୍ ପରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍

mahabharatanews

କେବଳ ଦିଲ୍ଲୀ ନୁହେଁ, ଏହା ଦେଶ ବ୍ୟାପୀ ମାଗଣ। ଟୀକା ବଣ୍ଟନ ହେବ: ହର୍ଷ ବର୍ଦ୍ଧନ

mahabharatanews

ଛାତ୍ରଛାତ୍ରୀଙ୍କୁ ହିଂସା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews