ମୁମ୍ବାଇ: ବଲିଉଡ ସୁପର ଷ୍ଟାର ବିଗ ବିଙ୍କ ବୋହୂ ତଥା ଅଭିନେତା ଅଭିଷେଖ ବଚ୍ଚନଙ୍କ ପତ୍ନୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତଥା ତାଙ୍କ କନ୍ୟା ଆରାଧ୍ୟା ବଚ୍ଚନ ସୁସ୍ଥ ହୋଇ ୧୦ ଦିନ ପରେ ଘରକୁ ଫେରିଛନ୍ତି । କୋରୋନା ସଂକ୍ରମିତ ହେବାର ୫ ଦିନ ପରେ ମା-ଝିଅଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୋମବାର ଦୁହିଁଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେମାଙ୍କୁ ଡିସଚାର୍ଜ କରାଯାଇଛି । ଐଶ୍ୱର୍ଯ୍ୟା ସୁସ୍ଥ ହେବା ନେଇ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ ଟ୍ବିଟ କରି ସୂଚନା ଦେଇଛନ୍ତି । ଫ୍ୟାନ୍ସଙ୍କ ନିରନ୍ତର ପ୍ରାର୍ଥନା ଯୋଗୁଁ ଝିଅ ଆରାଧ୍ୟା ଓ ପତ୍ନୀ ଐଶ୍ୱର୍ଯ୍ୟା ସୁସ୍ଥ ହୋଇଥିବା ସେ ଟ୍ବିଟରେ ଲେଖିଛନ୍ତି ।
previous post