ମନୋରଞ୍ଜନ

ସେପ୍ଟମ୍ବର ୨୮ରେ ରିଲିଜ୍‌ ହେବ ପ୍ରଭାସଙ୍କ ଫିଲ୍ମ ସାଲାର୍‌’

(ମୁମ୍ବାଇ) : ରିଲିଜ ହୋଇଯାଇଛି  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର୍‌’ର ଟିଜର୍‌  । ପ୍ରଭାସଙ୍କ ଅଭିନୀତ ଏହି ଫିଲଟି ଦର୍ଶକଙ୍କ ମନରେ ଖୁସିର ମାହୋଲ ବନେଇଦେଇଛି । ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଚଳିତବର୍ଷ ସେପ୍ଟମ୍ବର ୨୮ ତାରିଖରେ ରିଲିଜ୍‌ ହେବ।

ସୂଚନାନୁଯାୟୀ ,  ‘ସାଲାର୍‌’ର ଟିଜର୍‌ ରିଲିଜ୍‌ ହେବା ପରେ ଆଜି ସକାଳଟି ତାଙ୍କ ପ୍ରଶଂସକଙ୍କ ପାଇଁ ବେଶ୍‌ ସ୍ବତନ୍ତ୍ର ହୋଇଛି। ଟିଜର୍‌କୁ ଦେଖିବା ପରେ ପ୍ରଶଂସକଙ୍କ ଭିତରେ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତା ଢେର ଅଧିକ ବଢ଼ିଯାଇଛି। ପ୍ରଭାସଙ୍କ ଏହି ଫିଲ୍ମରେ ଭର୍‌ପୂର ଆକ୍ସନ ଦେଖିବାକୁ ମିଳିବ ବୋଲି ଟିଜର୍‌ ଦେଖି ଅନୁମାନ କରାଯାଉଛି। ଫିଲ୍ମର ଟ୍ରେଲର ବହୁତ ଜୋରଦାର ହେବ ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଭାସ ତାଙ୍କ ‘ବାହୁବଲୀ’ର ରେକର୍ଡକୁ ଭାଙ୍ଗିବେ ବୋଲି କୁହାଯାଉଛି।

Related posts

 ଚର୍ଚାରେ ବଚ୍ଚନ ପରିବାରର ହୋଲି ପାର୍ଟି

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ

mahabharatanews

ପାର୍ଟିରେ ସାପ ବିଷ ଯୋଗାଉଥିଲେ ଏଲବିଶ୍ ଯାଦବ

mahabharatanews