ଓଡିଶା

ସ୍ୱଚ୍ଛ ସାଥୀ ମହିଳା କର୍ମଚାରୀଙ୍କୁ ଅସଦାଚରଣ

(ମହାଭାରତ, ଚିଲିକା): ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଛି । ଶିବ ଶକ୍ତି ଆଞ୍ଚଳିକ ମହିଳା ମହାସଂଘର ଦୁଇ ସ୍ୱଚ୍ଛ ସାଥୀ ମହିଳାଙ୍କ ଉପରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛି ଏହି ମହିଳା ମହାସଂଘ । ସୂଚନା ଅନୁଯାୟୀ, ବାଲୁଗାଁ ବିସ୍ଥାପିତ ଅଞ୍ଚଳ ପରିଷଦର ନିର୍ଦ୍ଦେଶ କ୍ରମେ ସୁନିତା ପ୍ରଧାନ ଓ ଉଷାରାଣି ମିଶ୍ରଙ୍କୁ ଗତ ୩ ମାସ ହେଲା ସ୍ୱଚ୍ଛ ସାଥୀ ଭାବେ ନିଯୁ୍କ୍ତି ଦିଆଯାଇଥିଲା । ତେବେ ଉଭୟେ ନିଜର ମାସିକ ଦରମା ନପାଇବାରୁ ଉପରିସ୍ଥ ଅଧିକାରୀଙ୍କୁ ପଚାରିଥିଲେ । ଏଥିରେ ଅଧିକାରୀ ଜଣକ ରାଗି ଯାଇ ସେମାନଙ୍କୁ ଗାଳିଗୁଲଜ କରିବା ସହ ଚାକିରୀରୁ ବାହାର କରିଦେବାର ଧମକ ଦେଇଥିଲେ ବୋଲି ମହିଳା ଦ୍ୱୟ ଗଣମାଧ୍ୟମକୁ କହିଛନ୍ତି । ତେବେ ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କୁ ପଚାରିବାରୁ ଏହି କଥା ସମ୍ପୁର୍ଣ୍ଣ ଭିତ୍ତିହୀନ ଏଣୁ ଉପରିସ୍ଥ କର୍ମଚାରୀ ଆସିଲେ ସତ୍ୟତା ଜଣାପଡିବ ବୋଲି ସେ କହିଥିଲେ । ଏହାକୁ ନେଇ ମହିଳା ଦ୍ୱୟ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଯଦି ଉପରିସ୍ଥ କର୍ମଚାରୀ ସତ୍ୟତା ପ୍ରମାଣ କରିବେ ତେବେ ଏହି ବ୍ୟକ୍ତି ଜଣକ କାହିଁକି ଆମକୁ ଚାକିରୀରୁ ବାହାର କରିବାର ଧମକ ଦେଉଛନ୍ତି ବୋଲି ମହିଳା ଦ୍ୱୟ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସଂଗଠନର ମହିଳାମାନେ ବିଜ୍ଞାପିତ ଅଞ୍ଚଳର ଉପରିସ୍ଥ ଅଫିସରଙ୍କୁ ବିଭିନ୍ନ ଦାବି ନେଇ ଲିଖିତ ଅଭିଯୋଗ କରିଥିଲେ । ତେବେ ୩ ଦିନ ମଧ୍ୟରେ ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମହିଳା ସଂଗଠନର ମହିଳାମାନେ କହିଛନ୍ତି ।

Related posts

ବଡ଼ଚଣା: ଗାନ୍ଧୀ ସ୍ମୃତି ପୀଠ ଉଦଘାଟିତ

mahabharatanews

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews

ବାପା ଓ ସାବତ ମା ମିଶି ଦିବ୍ୟାଙ୍ଗ ପୁଅକୁ ମାରିଦେଲେ

mahabharatanews