Uncategorized

ସ୍ୱଜନ ଶୋଷଣ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ!

ଭୁବନେଶ୍ୱର: ବଲିଉଡ୍ର ନାବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଆମ ସାମାଜିକ ଜୀବନ ଉପରେ ସମସ୍ତେ ନିଜ ନିଜ କ୍ଷେତ୍ର, ବିଶେଷତାକୁ ନେଇ ମତରଖୁଛନ୍ତି । ଏହି ଘଟଣା ପରେ ଅନେକ ମନସ୍ତତ୍ୱବିତ୍ ବର୍ତ୍ତମାନ ସମାଜରେ ମାନସିକ ଚାପକୁ ଦାୟୀ କରୁଥିବା ବେଳେ କିନ୍ତୁ ଅନେକ ଏହାକୁ ପ୍ରେମରେ ବିଫଳତା ଭାବୁଛନ୍ତି । ଅନେକ କହୁଛନ୍ତି ସାଙ୍ଗଟିଏ ଥିଲେ ଏପରି ହୋଇ ନ ଥାନ୍ତା । କିନ୍ତୁ ଏହାରି ମଧ୍ୟରେ ଅନେକ ବଲିଉଡ ହସ୍ତୀ ସୁଶାନ୍ତଙ୍କ ଏପରି ଚରମ ପଦକ୍ଷେପ ପଛରେ ବଲିଉଡ ଇଣ୍ଡଷ୍ଟ୍ରିକୁ ପରୋକ୍ଷ ତଥା ପ୍ରତ୍ୟକ୍ଷରେ ଦାୟୀ କରୁଛନ୍ତି ।
ସର୍ବପ୍ରଥମେ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାନାୱାତ ସାମ୍ନାକୁ ଆସିଥିଲେ । ସେ ମିଡିଆରେ ହେଉଥିବା ମାନସିକ ଚାପକୁ ନେଇ ଚର୍ଚ୍ଚାର ବିରୋଧ ପୂର୍ବକ ବଲିଉଡରେ ଚାଲିଆସୁଥିବା ପରିବାର ବାଦକୁ ଦାୟୀ କରିଥିଲେ । ସେ ଖୋଲାଖୋଲି କହିଥିଲେ ପାଠପଢାଠାରୁ ଆରମ୍ଭ କରି ଅଭିନୟ, ପ୍ରତ୍ୟେକ କ୍ଷେତ୍ରରେ ସେ ଆଗରେ ଥିଲେ । ସୁଶାନ୍ତ ଜଣେ ମେଧାବୀ ଛାତ୍ର ଥିଲେ । ସେ ଥରେ ଯାହା ଭାବିନେଉଥିଲେ ତାହା କରି ଦେଖାଉଥିଲେ । ତେଣୁ କଙ୍ଗଣା ପ୍ରଶ୍ନ କରିଥିଲେ, ଏପରି ଦୃଢ ଇଛାଶକ୍ତି ସମ୍ପନ୍ନ ବ୍ୟକ୍ତି ମାନାସିକ ବିଶାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ନେଇ ହେଉଥିବା ଚର୍ଚ୍ଚା ଅମୂଳକ । ଏହା ପଛରେ ଇଣ୍ଡଷ୍ଟ୍ରୀରେ ଚାଲିଥିବା ପରିବାର ବାଦ ଦାୟୀ । ଅପରପକ୍ଷରେ ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ବଲିଉଡ୍ ଅଭିନେତା/ନିର୍ଦେଶକ କମଲ ରସିଦ ଖାନ(କେଆରକେ)ଙ୍କ ଏକ ଟ୍ବିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । କମଲଙ୍କ ୨୭ ଫେବୃଆରୀ ଟ୍ୱିଟରେ ଉଲ୍ଲେଖ ଅଛି, ବଲିଉଡର ୭ଟି ବଡ ଚଳଚିତ୍ର ନିର୍ମାତା ସୁଶାନ୍ତ ସିଂ ରାଜପୁତଙ୍କକୁ ବ୍ୟାନ କରିଛନ୍ତି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ, ସାଜିଦ ନାଦିଆଡୱାଲା, ୟଶ ରାଜ ଫିଲ୍ମ, ଟି-ସିରିଜ୍, ସଲମାନ ଖାନ, ଦୀନେଶ ଭାଇଜାନ, ବାଲାଜୀ ପିଲ୍ମ ପ୍ରଡକ୍ସନ୍ସ ତାଙ୍କୁ ବ୍ୟାନ କରିଛନ୍ତି । ଏହା ପରେ ସୁଶାନ୍ତ କେବଳ ୱେବ୍ ସିରିଜ ଏବଂ ଟିଭି ସିରିଏଲ ହିଁ କାମ କରିପାରିବେ । ଏହା ମଧ୍ୟ ହୋଇଥିଲା । ଛିଛୋରେ ଫିଲ୍ମ ପରେ ସୁଶାନ୍ତଙ୍କୁ ୭ଟି ବଡ ଫିଲ୍ମର ଅଫର ମିଳିଥିଲା । କିନ୍ତୁ ଏହି ବ୍ୟ।।ନ ପରେ ସେସବୁରୁ ତାଙ୍କୁ ବାଦ କରାଯାଇଥିଲା ।
ସେହିପରି ଗାୟିକା ମାଲିନୀ ଅବସ୍ଥୀ ବଲିଉଡରେ ଚାଲିଥିବା ସ୍ୱଜନ ତୋଷଣକୁ ବିରୋଧ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଏକ ଭିଡିଓ ଶେୟାର କରିବା ସହ ଉଲ୍ଲେଖ କରିଛନ୍ତି ଆୱାର୍ଡ ଶୋ’ରେ ସୁଶାନ୍ତଙ୍କ ମଜାକ୍‌ ଉଡ଼ାଯାଇଥିବା ଦେଖିବାକୁ ମିଳିଛି, ଯେଉଁଥିରେ ସୁଶାନ୍ତ ବି ନିଜକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ସ୍ପଷ୍ଟ ହୋଇଥିଲା । ଭିଡିଓଟି ଆଇଫା ଆୱାର୍ଡ ସମାରୋହର। ମାଲିନୀ ଅବସ୍ଥୀ ବଲିଉଡ୍‌ ଇଣ୍ଡଷ୍ଟ୍ରୀକୁ ଟାର୍ଗେଟ କରିଛନ୍ତି। ଏହା ପରେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବଲିଉଡ ଇଣ୍ଡଷ୍ଟ୍ରିର ଶୋଷଣ ସାମ୍ନାକୁ ଆସିଛି । ତେବେ ପ୍ରଥମରୁ ସୁଶାନ୍ତଙ୍କ ପରିବାର ବର୍ଗ ଏହା ଆତ୍ମହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ଦାବି କରି ଆସୁଛନ୍ତି ।

Related posts

ବିପୁଳ ପରିମାଣର ନିଶା ଔଷଧ ଜବତ, ୪ ବେପାରୀ ଗିରଫ

mahabharatanews

ଜବରଦଖଲରେ ସରକାରୀ ଆବାସ, ୧୫ ଦିନରେ ଖାଲି କରିବାକୁ ଦିଲ୍ଲୀ ହାଇକେ।ର୍ଟଙ୍କ ନିର୍ଦ୍ଦେଶ

mahabharatanews

ପଶ୍ଚିମ ବଙ୍ଗ ମନ୍ତ୍ରୀଙ୍କୁ ମିଳିଲାନି ବାଙ୍ଗଲାଦେଶ ଭିଜା

mahabharatanews