ଓଡିଶା

ବଢିଲା ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ସମସ୍ତ ଘରୋଇ ବସର ଭଡା ବୃଦ୍ଧି ପାଇଛି । ତୈଳଦର ଲଗାତାର ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବସ ଭଡା ବଢାଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ,ଏସି ଡିଲକ୍ସ ବସ୍‌ ଭଡ଼ା ୬ପଇସା ବୃଦ୍ଧି ପାଇଛି। ଏବେ ସାଧାରଣ ବସ୍‌ ଭଡ଼ା ୬୭ରୁ ୭୦ ପଇସାକୁ ବୃଦ୍ଧି ପାଇଛି । ସେହିପରି ସାଧାରଣ ଏକ୍ସପ୍ରେସର ଭଡ଼ା ୭୦ରୁ ୭୩ ପଇସା ହୋଇଛି। ସେହିପରି ଡିଲକ୍ସ ଭଡ଼ା ୯୫ ପଇସାରୁ ୧ ଟଙ୍କା ୧ପଇସାକୁ ବଢ଼ିଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସା କରାଯାଇଛି । ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ବିଭିନ୍ନ ତୈଳ କମ୍ପାନି ପକ୍ଷରୁ ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଛି। ଗତ ୧୦ ଦିନ ଧରି କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୫.୪୭ ଟଙ୍କା ଓ ଡିଜେଲ ଲିଟର ପିଛା ୫ ଟଙ୍କା ୪୭ ପଇସା ମହଙ୍ଗା ହୋଇଛି। ଫଳରେ ପେଟ୍ରୋଲ ଦାମ୍‌ ୭୬ ଲିଟର ପିଛା.୭୩ ଟଙ୍କା ଓ ଡିଜେଲ୍‌ ଲିଟର ପିଛା ୭୫.୧୯ଟଙ୍କା ହୋଇଛି ।

Related posts

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

mahabharatanews

ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

mahabharatanews

ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

mahabharatanews