ଓଡିଶା

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ତାଲା ବନ୍ଦ ବେଳେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ୪ ଟି ପଂଚାୟତର ସହ ସହ ଲୋକେ କରିଛନ୍ତି ଏହି ମେଳି । ସ୍ୱାଭିମାନ ଅଞ୍ଚଳର ନାକାମାମୁଡ଼ି ପଂଚାୟତ ଅନ୍ତର୍ଗତ ବକୁଳି ଗ୍ରାମରେ ଏହି ମେଳି ହୋଇଥିବା ବେଳେ ମୁଦୁଲିଗୁଡା ଗ୍ରାମକୁ ନୂତନ ପଂଚାୟତ କରିବା ପାଇଁ ଦାବି କରିଛନ୍ତି । ଅଞ୍ଚଳରେ ଉନ୍ନୟନ ମୂଳକ କାମ ଠିକ ରୂପେ ହେଉନଥିବା ସହ ଶିକ୍ଷକ ଓ ଅଙ୍ଗନ ବାଡ଼ି କର୍ମୀ ଠିକ ରୂପେ କାର୍ୟ୍ୟ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ନିଜ ଅଞ୍ଚଳରେ ସରକାରୀ ସୁବିଧା ଯୋଗାଇବା ସହ ପକ୍କା ସଡକ, ପାନୀୟଜଳ , ସ୍ୱାସ୍ଥ୍ୟ ସେବା ଆଦିର ବନ୍ଦୋବସ୍ତ କରାଇବା ଦାବିରେ ଏହି ମେଳି ହୋଇଥିବା କୁହାଯାଉଛି ।

Related posts

ଭୁବନେଶ୍ୱର ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି

mahabharatanews

ଖାଲି ଯୁକ୍ତ୨ ସିଟ୍‌; ଆସନ୍ତାକାଲିଠୁ ପୁଣି ନାମଲେଖା ଆରମ୍ଭ 

mahabharatanews

ଟ୍ରାକ୍ଟର ଦୁର୍ଘଟଣାରେ ମହିଳା ମୃତ୍ୟୁ

mahabharatanews