ଓଡିଶା

ଖାଲି ଯୁକ୍ତ୨ ସିଟ୍‌; ଆସନ୍ତାକାଲିଠୁ ପୁଣି ନାମଲେଖା ଆରମ୍ଭ 

(ଭୁବନେଶ୍ୱର) : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ସୂଚନାନୁଯାୟୀ , ସେପ୍ଟେମ୍ବର ୪ରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ ଏବଂ ୫ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ୭ ତାରିଖ ସୁଦ୍ଧା ଚୟନ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିପୋର୍ଟିଂ କରିବେ। ୧୨ ତାରିଖରେ ଅନ୍‌ଲାଇନ୍‌ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୧୩ ଓ ୧୪ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଏହାପରେ ଯଦି ସିଟ୍‌ ଖାଲି ପଡ଼େ ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅପେକ୍ଷାରତ ତାଲିକାରେ ଥିବା ପ୍ରାର୍ଥୀଙ୍କ ପଞ୍ଜିକରଣ ୧୫ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ୩୦ ମଧ୍ୟରେ ହେବା ସହ ୪ଟା ୩୦ରେ ତାଲିକା ପ୍ରକାଶ କରାଯିବ।

Related posts

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

mahabharatanews

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

mahabharatanews

ଟୀକାକରଣ ସୁଲଭ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ନିଷ୍ପତ୍ତି

mahabharatanews