Uncategorized

ସ୍ୱାମୀଙ୍କ ଟଙ୍କାରେ ଛାଡପତ୍ର ମାମଲା ଲଢିବେ ଐଶ୍ୱର୍ଯ୍ୟା

(ପାଟନା): ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟାର ଶୁଣାଣି ଗତ ମଙ୍ଗଳବାର ପାଟନା ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି । ଭରଣପୋଷଣ ବାବଦରେ ତେଜପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ପ୍ରତି ମାସରେ ୨୨ ହଜାର ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଭରଣପୋଷଣ ଦାୟିତ୍ୱ ସହ ଛାଡପତ୍ର ମାମଲା ଲଢିବା ପାଇଁ ମଧ୍ୟ ପତ୍ନୀଙ୍କୁ ସେ ଅତିରିକ୍ତ ୨ ଲକ୍ଷ ଟଙ୍କା ଦେବେ ।

ଐଶ୍ୱର୍ଯ୍ୟା ୨୦୧୯ ନଭେମ୍ବର ୩ ତାରିଖରେ ଭରଣପୋଷଣ ପ୍ରସଙ୍ଗ ନେଇ ଆବେଦନ କରିଥିଲେ । ଡିସେମ୍ବର ୧୭ ତାରିଖରେ ଏହାର ଶୁଣାଣି ହୋଇଥିଲା । ଶାଶୂଘର ଲୋକ ତାଙ୍କୁ ଘରୁ ବାହାର କରିଦେଇଥିଲେ । ସ୍ୱାମୀ ତେଜପ୍ରତାପ ତାଙ୍କ ସହ ନରହି ଅଲଗା ରୁହନ୍ତି ବୋଲି ଅଦାଲତଙ୍କ ସମ୍ମୁଖରେ ଐଶ୍ୱର୍ଯ୍ୟା କହିଥିଲେ । ଶାଶୂ ଓ ନଣନ୍ଦଙ୍କ ନାମରେ ମଧ୍ୟ ସେ ମାମଲା ରୁଜୁ କରିଛନ୍ତି ।

ସୂଚନାଯୋଗ୍ୟ, ବିବାହର ୬ ମାସ ନପୁରୁଣୁ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବା ପାଇଁ ତେଜପ୍ରତାପ ପାଟନା ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ଛାଡପତ୍ର ଦେବା ପଛର ମୁଖ୍ୟ କାରଣ ପ୍ରତାରଣା ବୋଲି ତେଜପ୍ରତାପ ଅଦାଲତରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଥିଲେ ।

Related posts

ଇରାନ ସଂସଦୀୟ ନିର୍ବାଚନରେ ଭୋଟ ପ୍ରିକ୍ରିୟା ସମ୍ପନ୍ନ

mahabharatanews

କୋରୋନାକୁ ନେଇ ନୋଏଡାରେ ସ୍କୁଲ ବନ୍ଦ

mahabharatanews

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ

mahabharatanews