Uncategorized

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

(ମହାଭାରତ): ଓସ୍ତ ଗଛର ପତ୍ର, ଫଳ, ମଞ୍ଜି ଓ ଛେଳିରେ ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦରେ ଏହାକୁ ମହୌଷଧୀ ଭାବରେ ଗ୍ରହଣ କରାଯାଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଓସ୍ତ ଗଛରେ କେଉଁ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ।
୧- ଓସ୍ତ ଗଛର ପାଚିଲା ଫଳ ଖାଇଲେ ଭୋକ କମ୍ ଲାଗିଥାଏ । ଏହା ବ୍ୟତୀତ କାଶ,ପିତ୍ତ ଓ ବାନ୍ତି ସମସ୍ୟା ଦୂର ହୋଇଥାଏ ।
୨- ଓସ୍ତ ଗଛ ୨ରୁ୫ଟି ପତ୍ରକୁ ନେଇ ପେଷ୍ଟ ତିଆରି କରନ୍ତୁ । ସେଥିରେ ୫୦ଗ୍ରାମ୍ ଗୁଡ ମିଶାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଦିନକୁ ଏହି ଗୁଳାରୁ ତିିନି କିମ୍ବା ଚାରୋଟି ଖାଇଲେ ପେଟ ଯନ୍ତ୍ରଣା କମ୍ ହୋଇଥାଏ ।
୩- ଓସ୍ତ ଗଛର ଛେଲି ଓ ଫଳକୁ ଅଲଗା ଅଲଗା ଭାବରେ ଗ୍ରାଇଣ୍ଡିଂ କରି ରଖନ୍ତୁ । ଦୁଇଟିକୁ ସମାନ ପରିମାଣରେ ମିଶାଇ ଦିନକୁ ତିନିଥର ଖାଇଲେ, ଆଜମା ରୋଗ ଭଲ ହୋଇଥାଏ ।
୪- ବିଷଧର ସାପ କାମୁଡିଲେ ଓସ୍ତ ପତ୍ରର ରସ କାମୁଡା ସ୍ଥାନରେ ଲଗାନ୍ତୁ କିମ୍ବା ଏହାର ପତ୍ରକୁ ଚୋବାନ୍ତୁ । ଏହାଦ୍ୱାରା ବିଷର ପ୍ରଭାବ କମ୍ ହୋଇଥାଏ ।
୫- ୫୦ ଗ୍ରାମ୍ ଓସ୍ତ ଗଛ ଛାଲରେ ଲେମ୍ବୁ ଓ ଘିଅ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ତ୍ୱଚା କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାନ୍ତୁ । ଦେଖିବେ ତ୍ୱଚା କୁଣ୍ଡାଇ ହେବା ବନ୍ଦ ହୋଇଯିବ ।
୬- ଫଟା ଗୋଇଠିରେ ଓସ୍ତ ପତ୍ର ରସ କିମ୍ବା ଏହାର କ୍ଷୀର ଲଗାଇଲେ ଲାଭ ମିଳିଥାଏ ।
୭- ୧ରୁ୨ ଗ୍ରାମ୍ ଓସ୍ତ ମଞ୍ଜି ପାଉଡର ମହୁରେ ମିଶାଇ ଖାଇଲେ ରକ୍ତ ପରିଷ୍କାର ହୋଇଥାଏ ।
୮- ୫ରୁ୧୦ଟି ଓସ୍ତ ଗଛର ଫଳ ପ୍ରତିଦିନ ଖାଇଲେ, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

Related posts

ଏମିତି ସହର, ଯେଉଁଠି ୫ଦିନ ଡ୍ରେସ ଧୋଇବା ମନା

mahabharatanews

କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଫଳପ୍ରଦ ହେଉନି: ବଳରାମ ଭାର୍ଗଭ

mahabharatanews

ପୂଜାର୍ଚ୍ଚନା ପରେ ପଢୁଛନ୍ତି ତ ଏହି ମନ୍ତ୍ର

mahabharatanews